ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଶୁଭ ଉଦଘାଟିତ
ବାଲେଶ୍ଵର (ସରୋଜ ପଣ୍ଡା): ଆଦ୍ୟ ବାଲେଶ୍ୱର ଜିଲ୍ଲା ସ୍ଥିତ ମଲ୍ଟିପୋର୍ପୋଜ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶି କ୍ଷଣ ଶିବିରକୁ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକଙ୍କ କରକମଲ ରେ ଶୁଭ ଉଦ୍ଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଆସନ୍ତା ମଇ ୩୦ ତାରିଖ ପର୍ଯ୍ୟନ୍ତ ହେବା ସମ୍ପର୍କ ରେ ଅବଗତ କରିଥିଲେ। ଏହି ଶିବିରର ଉଦ୍ଘ।ଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଯୁବ ପିଢ଼ି,କ୍ରୀଡା ପ୍ରେମୀ ଏବଂ କ୍ରୀଡା ପ୍ରତି ରୁଚି ରଖୁଥିବା ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳ ଶାରୀରିକ ସୁସ୍ଥତା,ମନରେ ସ୍ଫୁର୍ତ୍ତି ଆଣିବା ସଙ୍ଗେ ସଙ୍ଗେ ଖେଳରେ ଉନ୍ନତି ସାଧନ କରି ନିଜ ଅଞ୍ଚଳ ଜିଲ୍ଲା ଏପରିକି ଜାତୀୟ ଆନ୍ତର୍ଜାୀୟ ସ୍ତର ରେ ସୁନାମ ଅର୍ଜନ କରିଥିବା ଜୀବନ ରେ ସୁଧାର ଆସିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମ୍ୟୁନିସିପାଲଟି ହାଇ ସ୍କୁଲ୍ ରପ୍ରଧାନ ଶିକ୍ଷକ କ୍ରୀଡାର ବିକାଶ କରିବା ସହିତ ଜୀବନ ଶୈଳୀ ରେ ସୁଧାର ଆସିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଜେନା ପରିଚାଳନା କରିବା ସହିତ ଉପସ୍ଥିତ ବରେଣ୍ୟ ଅତିଥି ସମେତ ଅଭିଭାବକ କ୍ରୀଡ଼ାପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


