ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଲେ ୩୭ ପରିବାର: ପ୍ରତିଶୃତି ପରେ ଧାରଣାରୁ ହଟିଲେ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସାର ବାଘଲଟି ଜଳପ୍ରକଳ୍ପ ବିସ୍ତାପିତ ୩୭ ପରିବାର ୧୪ ଦଫା ଦାବୀ ନେଇ ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବାଘଲଟି ପ୍ରକଳ୍ପ ହେତୁ ୨୦୨୧ ମସିହାରେ ସେମାନଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଗଲା । କିନ୍ତୁ ସେମାନେ ରଖିଥିବା ଦାବୀ ପୁରଣ ହୋଇ ପାଇଲା ନାହିଁ | ବହୁବାର ପ୍ରଶାସନ କୁ ଅବଗତ କରାଗଲେ ସମାଧାନ ହୋଇ ନଥିବାରୁ ଶେଷରେ ପରିବାର ସହ ଧାରଣା ବସିବାକୁ ନିଷ୍ପତି ନେଇଥିଲେ|  ତେଣୁ ସେମାନେ ଆଜି ସହ ପରିବାର ସହ ଧାରଣା ଦେଇଛନ୍ତି । ଦାବୀ ମଧ୍ୟରେ  ପ୍ରତି ପରିବାରକୁ ଗୃହ ପଟ୍ଟା ପ୍ରଦାନ, ବିସ୍ଥାପିତ ୩୭ ପରିବାରଙ୍କର ପ୍ରମାଣ ପତ୍ର ପ୍ରଦାନ, ପ୍ରତି ପରିବାରକୁ ୧ ଏକର ଜମି ପ୍ରଦାନ, ନୂତନ ପୋଖରୀ ଖନନ, କଲ୍ୟାଣ ମଣ୍ଡପ ନିର୍ମାଣ, ସୈାରଶକ୍ତି ଜରିଆରେ ପାନୀୟ ଜଳର ସୁବିଧା,ଆରପିଡିସି ବୈଠକ କରିବା,ପ୍ରତି ପରିବାରକୁ ସୈାରଶକ୍ତି ସାହାର୍ଯ୍ୟରେ ଆଲୁକର ବ୍ୟବସ୍ଥା ଆଦି ୧୪ ଦଫା ଦାବୀ କରିଥିଲେ । ପରେ ଜିଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲାପାଳଙ୍କୁ ଭେଟିଥିଲେ ୧୫ ଦିନ ମଧ୍ୟରେ ବୈଠକ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଧାରଣାରୁ ହଟିଥିଲେ । ଏହି ଧାରଣା ରେ ମାଲେଶ୍ୱର ପ୍ରଧାନ,  ରୀତାଞ୍ଜଳି ପ୍ରଧାନଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ