ମିଳିତ ଅଭିଯୋଗ ଶୁଣାଣି: ସମାଧାନ ହେଲା ୭୦ଟି ଅଭିଯୋଗ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆୟୋଜିତ ମିଳିତ ଅଭିଯୋଗ ଶୁଣାଣି ନିମନ୍ତେ ୧୧୬ଟି ଅଭିଯୋଗ ଆସିଥିବାବେଳେ ସେଥି ମଧ୍ୟରୁ ୭୦ଟିର ତକ୍ରାଳ ସମାଧାନ କରାଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିଜର ଆପତ୍ତି ଅଭିଯୋଗ ଏବଂ ସମସ୍ୟା ସମାଧାନ ପାଇଁ ଜନସାଧାରଣ ଆସିଥିଲେ । ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ହଜାର ଟଙ୍କା ଚିକିତ୍ସା ସହାୟତା ଏବଂ ଅନ୍ୟ ଜଣକୁ ରେଡକ୍ରସ୍ ପାଣ୍ଠିରୁ ୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ କମଳାକାନ୍ତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।