ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ
ଛତ୍ରପୁର(ଓ୍ବାଇଏନଏସ): ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ସସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇଥିଲେ ।ମହାବିଦ୍ୟାଳୟର ଅଧକ୍ଷା ଡ.ସୁମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା କବିତା ସାହୁ ସଭାକୁ ପରିଚାଳନା କରିଥିଲେ। ଡ଼.ଯାଜ୍ଞସେନୀ ପାଣିଗ୍ରାହୀ କୃତିଛାତ୍ରୀମାନଙ୍କର ନାମଗୁଡିକୁ ଘୋଷଣା କରିବା ସହିତ ବିଶ୍ଵବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଚାରି ଜଣ ଛାତ୍ରୀ ଯଥା ଶିକ୍ଷା ବିଭାଗର ଲିଜା ମହାଙ୍କୁଡ଼, ଇଂରାଜୀ ବିଭାଗର ଅଙ୍କିତା ପାତ୍ର, ଇଶିତା ରେଡ୍ଡୀ ଏବଂ ଗୃହ ବିଜ୍ଞାନ ବିଭାଗ ପୂଜା ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ କଲେଜର ପୂର୍ବତନ ଛାତ୍ରୀ ମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯକ୍ରମରେ ଦୀପିକା ଡାକୁଆ, ଯୁକ୍ତ ତିନି ତୃତୀୟ ବର୍ଷ ର ଛାତ୍ରୀଙ୍କୁ ଚାମ୍ପିୟନ ସିଲ ପ୍ରଦାନ କରା ଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଦୀପ୍ତି ନନ୍ଦ , ସୁଜାତା ପ୍ରଧାନ, ଅନିତା ସେଠୀ , ପ୍ରୀତି ପାତ୍ର, ସଙ୍ଗୀତା ବେହେରା, ସୋନାଲି ପାଢ଼ୀ, ଶିଳ୍ପ ସେଠୀ, ଶ୍ରାବଣୀ ସାହୁ, ସନ୍ତୋଷ କୁମାର ବିଷୋୟୀ,ଗୀତାଞ୍ଜଳି ସାମନ୍ତରାୟ , ବି ଆଲେୟା ରେଡି , ଏମ ଚିନା ରେଡ୍ଡୀ, ରୋଷନ ସାହୁ ଏବଂ ପି.ନାଗମା ସହଯୋଗ କରିଥିଲେ l