ଗଞ୍ଜାମ ଜିଲ୍ଲା ଗ୍ରସ୍ତ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ରାଜ୍ୟ ନିର୍ଦେଶିକା

 ଛତ୍ରପୁର (ଓ୍ବାଇଏନଏସ): ମିଶନ ଶକ୍ତି ବିଭାଗର ଓଡ଼ିଶା ଜୀବିକା ମିଶନର ରାଜ୍ୟ ନିର୍ଦେଶିକା ଡ଼ଃ ମୋନିକା ପ୍ରିୟଦର୍ଶନି  ଆଜି ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହିତ ଏସଏଚଜି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ, ପ୍ରଥମେ ଛତ୍ରପୁର ବ୍ଲକ   କଣମଣା ପଂଚାୟତ ର  ନିଶା ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଝୋଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀ ଗୁଡିକ ସେ ବୁଲି ଦେଖିବା ସହ ଏହା କିପରି ପ୍ରସ୍ତୁତ କରାଯାଉଛି ସେ ବିଷୟରେ ପଚାରି ବୁଝିଥିଲେ, ସେହିପରି ଶ୍ରୀରାମ ଚନ୍ଦ୍ର ପୁର ପଂଚାୟତ ର ଶାମୁକା କେଉଡ଼ା ଉତ୍ପାଦକ ଗୋଷ୍ଠୀ ପକ୍ଷରୁ କିଆଁଫୁଲ ପତ୍ର ରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀ କୁ ନିର୍ଦେଶିକା ତନଖୀ ଦେଖିଥିଲେ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ ସ୍ତରୀୟ ସଂଘ ର ସଦସ୍ୟା ମାନଙ୍କ ସହ ଜୀବନ ଜୀବିକା ସମ୍ପର୍କ ରେ ନିର୍ଦେଶିକା ଶ୍ରୀମତୀ ପ୍ରିୟ ଦର୍ଶନୀ ପଚାରି ବୁଝିଥିଲେ, ହିଞ୍ଜିଳିକାଟୁ ବ୍ଲକ ସାରୁ ଠାରେ ଥିବା ଗାଈ କ୍ଲଷ୍ଟର, ହିଞ୍ଜିଳିକାଟୁ ରେ ପରିଧ୍ୟାନ ସିଲେଇ ୟୁନିଟ , ବ୍ରହ୍ମପୁର ରେ ଆଚାର ୟୁନିଟ, ରଙ୍ଗେଈଲୁଣ୍ଡା ବ୍ଲକ ର ରଣ୍ଢା ଥିବା ଛତୁଆ ପ୍ରସେସିଂ ୟୁନିଟ ଓ ଧୂପକାଠି ୟୁନିଟ ଏବଂ କନିଷି ରେ ଥିବା ଛେଳି କ୍ଲଷ୍ଟର କୁ ନିର୍ଦେଶିକା ଶ୍ରୀମତୀ ପ୍ରିୟଦର୍ଶନୀ  ବୁଲି ଦେଖି ଥିଲେ, ଏହି ପରିଦର୍ଶନ ବେଳେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ ରଥ ଓ ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟ କୃଷ୍ଣ ମହାପାତ୍ର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ