ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପୋଲସରା,(ଅନୀଲ କୁମାର ମହାରଣା) : ଜଣେ ୧୪ ବର୍ଷର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୩୦ ବର୍ଷର ବିବାହିତ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ନେଇ ପୋଲସରା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୋଲସରା ପୋଲିସ ଥାନା ଅନ୍ତର୍ଗତ ପୁଞ୍ଜିଆମା ଗ୍ରାମର ପାଣ୍ଡବ ଶବରଙ୍କ ପୁଅ ନିରଞ୍ଜନ ଶବର(୩୦)। ଅଭିଯୋଗ ପ୍ରକାରେ ପିତା ଓ ମାତାଙ୍କ ମୃତ୍ୟୁ ପରେ ପୁଞ୍ଜିଆମା ଗ୍ରାମର ନାବାଳିକା ପିଡିତା ଜଣଙ୍କ ନିଜ ସମ୍ପର୍କୀୟ ବଡ଼ ଭଉଣୀ ଘରେ ରହି ପାଠ ପଢୁଥିଲେ। ଗତ ୧୫/୬/୨୪ ତାରିଖ ଦିନ ନାବାଳିକା ଜଣକ ବାରିପଟକୁ ଶୌଚ ପାଇଁ ଯାଇଥିବା ସମୟରେ ଅଭିଯୁକ୍ତ ନିରଞ୍ଜନ ଶବର ତାଙ୍କ ପାଟିକୁ ଭିଡି ଧରି ନିକଟସ୍ଥ କାଜୁ ବାଡିକୁ ଟାଣିନେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଭଉଣୀ ଠାରୁ ଏହା ଜାଣିବା ପରେ ବଡ ଭଉଣୀ ଗତ ୨/୫/୨୫ ତାରିଖ ଦିନ ପୋଲସରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୋଲସରା ପୋଲିସ ଥାନା କେଶ ନଂ ୩୦୩/୨୫ ଧାରା  -୩୭୬(୨)(ଏନ)/ ୫୦୬ ଆଇପିସି / ଧାରା ୬ ପୋସ୍କୋ ଆଇନ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଦାୟିତ୍ବ ସବଇନ୍ସପେକ୍ଟର ଏମ.ପ୍ରଧାନଙ୍କୁ ଦିଆଯାଇଥିଲା। ତଦନ୍ତ ପରେ ଅଭିଯୁକ୍ତ ନିରଞ୍ଜନ ଶବରକୁ ପୋଲସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ