ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବନାଞ୍ଚଳ କୁସୁମିତା ଗ୍ରାମର କଶିରା ସାହିର ରାଉତ ପ୍ରଧାନ(୬୦) ଙ୍କ ଏକ ମାଟି ଘର ଓ ପକ୍କା ଘର ଇଟା ଥୁଆ ହୋଇଥିବା ଝରକା କୁ ଏକ ଗୋଠ ଛଡା ଦନ୍ତା ଭାଙ୍ଗି ଦେଇଛି।ପରିବାର ଲୋକେ ଶବ୍ଦ ଶୁଣି ପଦାକୁ ଦୌଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି।ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ