ବେଆଇନ ଗୋରୁ ଚାଲାଣ ୧୦ ଗୋରୁ ଉଦ୍ଧାର 2 ଅଟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ସଦର ମହକୁମାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରୁ ଏକ ପିକଅପ ବୋଲେରୋ ଗାଡ଼ିରେ ଅମାନୁଷିକ ଭାବେ ବେଆଇନ ଚାଲାଣ ହେଉଥ‌ିବା ୧୦ ଗାଈଗୋରୁକୁ ବଜରଙ୍ଗ ଦଳ ପକ୍ଷରୁ ଉଦ୍ଧାର କରାଯିବା ସହ ମୋହନା ଥାନାରେ ସେମାନଙ୍କୁ ଜିମା ଦିଆଯାଇଛି। ଏହି ଘଟଣାରେ 2 ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି. ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରୁ ମୋହନାକୁ ଏକ ପିକ୍‌ଅପ୍ ଗାଡ଼ିରେ ୧୦ଟି ଗାଈ ଓ ବଳଦକୁ ବେଆଇନ ଭାବେ କୌଣସି ଏକ ସ୍ଥାନକୁ ଚାଲାଣ ହେଉଥିଲା । ଖବର ପାଇ ବଜରଙ୍ଗ ଦଳର କିଛି ସଦସ୍ୟ ହାଇସ୍କୁଲ ଛକରେ ଗାଡ଼ିକୁ ଅଟକାଇ ଡ଼ାଲାରୁ ସମସ୍ତ ଗାଈ ଓ ବଳଦକୁ ଉଦ୍ଧାରକରି ଥାନାକୁ ଖବର ଦେଇଥିଲେ। ମୋହନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ