ବିଜୁ ଜନତା ଦଳ ପକ୍ଷରୁ ଶୁଭାରମ୍ଭ କରାଗଲା ଜଳଛତ୍ର
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ନୂଆ ବଜାର ସ୍ଥିତ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳ କାର୍ଯ୍ୟାଳୟରେ ପଥଚାରୀ ମାନଙ୍କ ପାଇଁ ଏକ ଜଳଛତ୍ର ଆଜି ଶୁଭାରମ୍ଭ ହୋଇ ଯାଇଛି । ବାଲେଶ୍ୱରର ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ ଏହି ଜଳଛତ୍ରକୁ ଉଦଘାଟନ କରିଥିବା ବେଳେ ଏହି କାର୍ଯକ୍ରମରେ ବିଜେଡ଼ି ନେତା ଅମିତ ନାୟକ, ସେକ ରାଜୁ, ଅବିନାଷ ସ୍ୱାଇଁ, ଯୁବ ସଭାପତି ଶକ୍ତିପଦ ରାୟ, ମିଡ଼ିଆ ସଂଯୋଜକ ଧିରେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ପଥଚାରୀ ମାନଙ୍କ ପାଇଁ ଥଣ୍ଡା ପାଣିର ବ୍ୟବସ୍ତା ବିଧାୟକ ଜୀବନ ପ୍ରଦୀପ ଦାଶ ଏହି ଜଳଛତ୍ର ମାଧ୍ୟମରେ କରିଥାନ୍ତି ।