ନାରୀ ଶକ୍ତି ପୁରସ୍କାର ପାଇଁ ଆବେଦନ ପତ୍ର ଆହ୍ୱାନ 

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ନାରୀ ଶକ୍ତି ପୁରସ୍କାର ୨୦୧୯ ପାଇଁ ଆବେଦନ ପତ୍ର ଆହ୍ୱାନ  ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ଜାନୁଆରୀ ୭, ୨୦୨୦ଚା ୨୦୧୯ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ମହିଳା ସଶକ୍ତିକରଣ ବିଶେଷ କରି ଅନଗ୍ରସର ଏବଂ ଅବହେଳିତ ମହିଳାଙ୍କ ପ୍ରଗତି ପାଇଁ ବିଶେଷ କାର‌୍ୟ୍ୟ କରୁଥିବା ବ୍ୟକ୍ତି ବିଶେଷ, ସଙ୍ଘ ଏବଂ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବକ ପ୍ରତିବର୍ଷ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ ୮, ୨୦୨୦ରେ ପାଖାପାଖି ୪୦ ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ଯୋଗ୍ୟତା ଓ ନିର୍ଦ୍ଦେଶାବଳୀ www.narishaktipuraskar.wcd.gov.in ପୋର୍ଟାଲରେ ଉପଲବ୍ଧ । ପୁରସ୍କାର ପାଇଁ ବିଚାର ପ୍ରକ୍ରିୟା ମଧ୍ୟକୁ ଆସିବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୭, ୨୦୨୦ । ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ କାର‌୍ୟ୍ୟ କରୁଥିବା ପ୍ରଖ୍ୟାତ ସଙ୍ଘ ଏବଂ ଅନୁଷ୍ଠାନମାନଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ