୧୦ ଫୁଟ ଖୋଳା ଯାଇଥିବା ଗାତରେ ଢାଙ୍କୁଣି ଲଗାଇବା ପାଇଁ ସଧାରଣରେ ଦାବି

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ କାଉଁରୀକଳା ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ନଳକୂପ, କୂପ ଓ ସୋଲାର ଦ୍ଵାରା ସାହି ଗୁଡ଼ିକୁ ବିଶୁଦ୍ଧ ପିଇବା ପାଣି ଟ୍ୟାପ  ମାଧ୍ୟମରେ ଯୋଗାଇ ଦିଆଯାଉଥିବାବେଳେ ବ୍ୟବହାର ସରିଥିବା ଦୂଷିତ ପାଣିକୁ ଜମିବାକୁ ନଦେଇ ମଶା ମାଛି ବୃଦ୍ଧିକୁ ରୋକିବା ପାଇଁ ୧୦ଫୁଟ ଗାତ କରି ବ୍ୟବହାର କରିସାରିଥିବା  ଦୂଷିତ ପାଣିକୁ ଉକ୍ତ ଗାତରେ ଭର୍ତ୍ତି କରିବାର କାର୍ଯ୍ୟ ସରକାରଙ୍କ ନିର୍ଦ୍ଦେଶ ଆରମ୍ଭ କରାଯାଇଛି । ଏହା ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଏକ ମାସରୁ ଉର୍ଦ୍ଧ୍ବ ହେବ ବିଭିନ୍ନ ସାହିରେ ଉକ୍ତ ଗାତ ଗୁଡିକ ଖୋଳା ସରିଥିବାବେଳେ କେତେକ ସାହିରେ  ଗାତ ଗୁଡିକରେ ରିଙ୍ଗ ବସା ସରିଛି ଓ କେତେକ ସାହିର ଗାତ ଗୁଡିକରେ ରିଙ୍ଗ ବସା ଯାଇ ନାହିଁ ଏବଂ ଆଉ କେତେକ ସାହିରେ ଉକ୍ତ ଗାତରେ ଢାଙ୍ଗୁଣି ଲାଗି ନାହିଁ । ପଳାଶପୋଖରୀ ଗ୍ରାମର ଶ୍ରୀରାମ ସାହି,ନାଏକ ସାହି ଓ ମୁଣ୍ଡା ସାହି ଗୁଡିକରେ ଢାଙ୍କୁଣି ଲାଗି ନାହିଁ ।  ଯାହା ଫଳରେ ଖୋଳା ଯାଇଥିବା ଉକ୍ତ ୧୦ ଫୁଟ ଗାତ ଗୁଡିକ ପାଇଁ ସାହିରେ ବିପଦ ଦେଖା ଯାଇଛି। ଗ୍ରାମ ଓ ସାହିର ଛୋଟ ଛୋଟ ଶିଶୁ ,ଗାଈ,ବଳଦ ଛେଳି ଆଦି ପଶୁ ଜନ୍ତୁ ଉକ୍ତ ଗାତରେ ପଡ଼ି ଯାଉଥିବା ସାହିବାସୀ ଅଭିଯୋଗ କରିଛନ୍ତି । ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ସାହିବାସୀ ପଚାରିଲେ ସେ ଜାଣି ନଥିବା କହୁଥିବାବେଳେ ସମାଜସେବୀ ଦୀପକ କୁମାର ମହାନ୍ତ ଏ ବିଷୟରେ ବିଡ଼ିଓଙ୍କୁ ଅବଗତ କରିଥିବା କହିଛନ୍ତି ।  ଏଣୁ ଅଧପନ୍ତରିଆ ପଡ଼ିଥିବା ଗାତ ଗୁଡ଼ିକୁ ତୁରଂତ ରିଙ୍ଗ, ଢାଙ୍କୁଣି ଦ୍ଵାରା ବନ୍ଦ କରିବା ସହ ଅସପୂର୍ଣ୍ଣ ହୋଇଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମାଜସେବୀ ଦୀପକ କୁମାର ମହାନ୍ତ ଓ ସାହିବାସୀ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ