ହନୁମାନ ମନ୍ଦିରରେ ରତ୍ନମୁଦ ସ୍ଥାପନ ବିଗ୍ରହ ପ୍ରବେଶ ଉତ୍ସବ

କଲ୍ୟାଣସିଂହପୁର(ଏଙ୍କେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ   ହନୁମାନ ମନ୍ଦିରର ପ୍ରତିଷ୍ଠା ରତ୍ନମୁଦ ସ୍ଥାପନ ଓ ବିଗ୍ରହ ପ୍ରବେଶ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଛି  । ହନୁମାନ ଜଙ୍ଗସନରେ ମନ୍ଦିର ପରିଚାଳନା କମିଟି ଓ ସତସଙ୍ଘ ଓ ଗ୍ରାମବାସୀ ମିଳିତରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆଜି ଉଜାପାନ ହୋଇଯାଇଛି ।ଆଜି ୧୪ତାରିଖ ବୁଧବାର ରେ  ଗ୍ରାମର ବ୍ରାହ୍ମଣ ମାନେ ଉପସ୍ଥିତ ରହି ଶ୍ରୀ ହନୁମାଙ୍କ ରତ୍ନ ସିଂହାସନ ବିଜେ, ରାମ,ଲକ୍ଷ୍ମଣ, ମାତା ଶିତା ,ନଳ, ନୀଳ ଙ୍କ ପ୍ରତିମା ସ୍ଥାପନ କରାଯିବା ପରେ ହୋମ ପୂର୍ଣ୍ଣାହୁତି, ଆଳତି ,ପୁଷ୍ପାଞ୍ଜଳି  କରି ଶେଷ ହୋଇଛି ।  ଏ ଅବସରରେ ହନୁମାନ ମନ୍ଦିର କମିଟି ପକ୍ଷରୁ ପ୍ରାୟ୫ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।ପାଗ ମେଖୁଆ ରହିଥିବାରୁ ଏହି ପ୍ରତିଷ୍ଠା ଉତ୍ସବରେ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ପ୍ରଭୁକୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ ।୧୩ତାରିଖ ମଙ୍ଗଳବାରରେ କାରୁଶାଳା, ବିଧାନ, ଧାନ୍ୟାଦିବାସ,ବିଗ୍ରହ ଙ୍କ ମହାସ୍ନାନ ପରେ ରତ୍ନମୁଦ ସ୍ଥାପନ ଓ ବିଗ୍ରହ ଙ୍କ ଜୀବନ୍ୟାସ ଦିଆଯାଇଥିଲା ।ମଙ୍ଗଳା ରୋପଣ, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ  ୧୦୮ କଳସ ଯାତ୍ରା ,ଭୁମାତା ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ଶାଳାଧିଷ୍ଠ, ମଣ୍ଡଳାଦି ଦେବତା ପୂଜା, କୁଣ୍ଡ ସଂସ୍କାର କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଉଜାପାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ