ଠାକୁରାଣୀ ଯାତ୍ରାରେ ବିଧାୟକଙ୍କ ପୂଜାର୍ଚ୍ଚନା
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମ ରେ ଚାଲିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବୁଧବାର ୬ଷ୍ଠ ଦିନରେ ପହଞ୍ଚିଥିବା ଜଣାପଡିଛି ।୭ ବର୍ଷ ବ୍ୟବଧାନରେ ଯାତ୍ରା ହେଉଥିବାରୁ ସମଗ୍ର ଗାଁ ଉତ୍ସବ ମୁଖର ହୋଇପଡିଛି । ମା’ ଙ୍କ ଯାତ୍ରାର ୫ମ ଦିବସ ସନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଗାଁ ରେ ପହଞ୍ଚିବା ପରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ବିରାଟ ଶୋଭାଯାତ୍ରାରେ ଅସ୍ଥାୟୀ ଯାତ୍ରା ପୀଠକୁ ପାଛୋଟି ନିଆଯାଇଥିଲା । ବିଧାୟକ ଙ୍କ ସହ ଭାଜପା ଗୋକର୍ଣ୍ଣପୁର ମଣ୍ଡଳ ସଭାପତି ମିଟୁ ଦୋରା , ଜିଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ , ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା,ଟୁନା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରା ପୀଠ ରେ ବିଧାୟକ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମରେ ସୁସଜ୍ଜିତ ଆଲୋକମାଳା , ମାନସିକଧାରୀ ଙ୍କ ବେଶ ଓ ମୀନା ବଜାର ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କୁ ବେଶ୍ ଆମୋଦିତ କରୁଥିବା ଜଣାପଡିଛି । ପ୍ରତ୍ୟେକ ଦିନ ମା’ ଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି।ଯାତ୍ରା ପୀଠରେ ପ୍ରତ୍ୟେକ ଦିନ ନାଟ,ଥିଏଟର ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା ବେଳେ ମଙ୍ଗଳବାର ରାତିରେ ଗ୍ରାମର କଳାକାର ମାନଙ୍କ ଦ୍ବାରା ଶ୍ରେଷ୍ଠ ସାମାଜିକ ନାଟକ ‘ଏମିତି ଭୁଲ କେବେ ହେବନି’ ମଞ୍ଚସ୍ଥ ହୋଇଥିଲା । ଯାତ୍ରା ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ୍. ନରସିଂହ ,ସମ୍ପାଦକ ପି.ଗଣେଶ,କୋଷାଧ୍ୟକ୍ଷ ବାବୁ ମହାରଣା , କାର୍ଯ୍ୟକର୍ତ୍ତା ଏମ୍ . କ୍ରିଷ୍ଣାମା , ଏମ୍. ପୂର୍ଣ୍ଣଚନ୍ଦ୍ର , କେ . ସାହେବ , ବି . ଅସନ୍ତୁଲୁ , ସ୍ଥାନୀୟ ସରପଞ୍ଚ ଏମ୍. ଶ୍ଯାମଘନ, ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ , କେ. ରାମକୃଷ୍ଣ ପାତ୍ର ଙ୍କ ସମେତ ଯାତ୍ରା ପରିଚାଳନା କମିଟି ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରି ଆସୁଛନ୍ତି।ଯାତ୍ରା ମହୋତ୍ସବ ୧୯ ତାରିଖ ଭୋର ରେ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି ।ଯାତ୍ରା ବେଳେ ଗୋକର୍ଣ୍ଣପୁର ମଣ୍ଡଳ ସଭାପତି ମିଟୁ ଦୋରା , ବିଜେପି ନେତା ବାପି ପ୍ରଧାନ , ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।


