ଉଲିବୁରୁ ଗ୍ରାମରେ ଅନୁଷ୍ଠିତ ହେଲା ବିଜେପିର ମିଶ୍ରଣ ପର୍ବ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଉଲିବୁରୁ ଗ୍ରାମରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏବଂ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ଉପସ୍ଥିତି ରେ ବିଭିନ୍ନ ରାଜନୈତିକ ଦଳର ଶତାଧିକ ସମର୍ଥକ ଅନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଢ଼ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଉଲିବୁରୁ ଗ୍ରାମରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ,ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସାଂସଦଙ୍କ ଯୋଡ଼ା ପୌରପାଳିକା ପ୍ରତିନିଧି ନୀଳମଣି ମହାନ୍ତ,ଯୋଡ଼ା ବ୍ଲକ ସାଂସଦ ପ୍ରତିନିଧି ଅଗନୁ ଚରଣ ମହାନ୍ତ, ପୂର୍ବତନ ଯୋଡ଼ା ପୌରାଧକ୍ଷ ରବୀନ୍ଦ୍ର କୁମାର ଦାସ, ମହିଳା ନେତ୍ରୀ ସ୍ୱପ୍ନା ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅଜୟ ପଳେଇ, ନୀଳାଦ୍ରି ମହାକୁଡ଼, ରାଇସିଂ ବାନରଳ, କଣ୍ଟନ ମହାନ୍ତ, ଶକ୍ତି ସିଂ, ସିତୁ ପଳେଇ, ରାଜୀବ କୁମାର ବାରିକ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


