ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବ।ମେବାରି ସେକ୍ସନର ଦବୁନ। ଓ ଏମ ସି ଖଣି ନିକଟ ଜଙ୍ଗଲ ରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ  ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି।   ବୃଦ୍ଧଙ୍କ ବୟସ ସତୁରି ବର୍ଷ ହେବ | ମୃତକ ର  ପରିଚୟ ମିଳି ପାରି  ନାହିଁ|  ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ ଆଜି ସକାଳ ସମୟରେ  କାଠ ଆଣିବା ପାଇଁ ଜଙ୍ଗଲ କୁ ଯାଇଥିଲେ ।ଦିନ ପ୍ରାୟ ୧୦ ଘଟିକା ସମୟରେ ଜଙ୍ଗଲ ରେ ଗୋଠୋ ଛଡ଼ା ଦନ୍ତା ହାତୀ  ହାବୁଡରେ ବୃଦ୍ଧ ଜଣକ ପଡ଼ି ଯାଇଥିଲେ ।ହାତୀ ଟି  ବୃଦ୍ଧ ଙ୍କୁ, କଚାଡି ଵା ଫଳରେଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା ।ଏହି ଘଟଣା ନିକଟରେ ଥିବା କିଛି ଲୋକ ଦେଖିବାକୁ ପାଇ ବନ ବିଭାଗ କୁ ଜଣାଇ ଥିଲେ ।ବାମେବ।ରି ବନପାଳ ରାଜେନ୍ଦ୍ର ଜେନା ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ