ତ୍ରିରଙ୍ଗା ପଦଯାତ୍ରା ପ୍ରସ୍ତୁତି ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଅପରେସନ ସିନ୍ଦୂରର ଅପାର ସଫଳତା ଓ ତିନି ସେନାବାହିନୀର ଶୌର୍ଯ୍ୟ ବୀରତାକୁ ସମ୍ମାନ ଜଣାଇ ସମଗ୍ର ଦେଶରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେଉଅଛି। ଏହିକ୍ରମରେ ବାଲେଶ୍ଵର ଜିଲ୍ଲାରେ ଏକ ତ୍ରିରଙ୍ଗା ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ରୟାଲ କୁଇନ ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ରାଣୀ ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଉପସଭାପତି କରୁଣାକର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତିଙ୍କୁ ନେଇ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ଦିନ, ସମୟ ଓ ପଦଯାତ୍ରାର ସାରଣୀ ସ୍ଥିରୀକୃତ ହୋଇଥିଲା। ଆଗାମୀ ୧୭-୦୫-୨୫ ତାରିଖ ଅପରାହ୍ନ ୪ଟା ସମୟରେ ଗାନ୍ଧୀ ସ୍ମୁତି ଭବନଠାରୁ ଆରମ୍ଭ ହୋଇ ଫକୀରମୋହନ ଗୋଲେଇ – ଫାଣ୍ଡି ଛକ ହୋଇ ମିଶନ ପଡ଼ିଆ ପର୍ଯ୍ୟନ୍ତ ଯିବ। ପଦଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଜିଲ୍ଲାବାସୀଙ୍କୁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଅନୁରୋଧ ରଖିଛନ୍ତି।


