ସିବିଏସଇ ପରୀକ୍ଷାରେ ପିଏମଶ୍ରୀ ନବୋଦୟ ବିଦ୍ୟାଳୟର ସଫଳତା

ହାଟଡ଼ିହି (ବିକାଶ ବିଶ୍ବାଳ):  ହାଟଡ଼ିହି ବ୍ଲକ  ହଦଗଡ ପିଏମଶ୍ରୀ ନବୋଦୟ ବିଦ୍ୟାଳୟର ସିବିଏସଇ +୨ ବିଜ୍ଞାନ ଓ କଳା ପରୀକ୍ଷା ଫଳରେ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।  ବିଜ୍ଞାନରେ ଅଭିୟାନ ବିଶ୍ଵାଳ ୯୩ ପ୍ରତିଶତ ମାର୍କ ଓ କଳାରେ ଅଙ୍ଗିତା କୁମାରୀ ୯୪.୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି। ବିଜ୍ଞାନ ଓ କଳାରେ ମୋଟ ୮୨ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଜ୍ଞାନରେ ଅଭିୟାନ ବିଶ୍ଵାଳ ୯୩ ପ୍ରତିଶତ ମାର୍କ ରଖ୍ ନବୋଦୟ ବିଦ୍ୟାଳୟର ଟପ୍ସର ହୋଇଥିବାବେଳେ ଡି. ଏଲ ସାହୁ ୯୦.୨୦ ପ୍ରତିଶତ ମାର୍କ ରଖ୍ ଦ୍ଵିତୀୟ ଓ ବିଦୁସ୍ମିତା ବାରିକ ୯୫.୨୦ ପ୍ରତିଶତ ମାର୍କ ରଖି ତୃତିୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କଳାରେ ଅଙ୍ଗିତା କୁମାରୀ ୯୪.୪ ପ୍ରତିଶତ ମାର୍କ ରଖି ନବୋଦୟ ବିଦ୍ୟାଳୟର ଟପ୍ସର ହୋଇଥିବାବେଳେ ଲୋପାମୁଦ୍ରା ଜେନା ୯୨.୮ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ଓ ଜ୍ୟୋତିପ୍ରଜ୍ଞା ସିଂ ୯୧.୮ ପ୍ରତିଶତ ମାର୍କ ରଖି ତୃତିୟ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଛାତ୍ରୀଙ୍କ କୃତିତ୍ବ ହାର ଅଧୂକ ରହିଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଭାଇସ ପ୍ରିନ୍ସପାଲ ଉପେନ୍ଦ୍ରନାଥ ମଲ୍ଲିକ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ନବୋଦୟ ବିଦ୍ୟାଳୟର ଶତପ୍ରତିଶତ ପାସହାରକୁ ନେଇ ପରିଚାଳନା କମିଟି ଓ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ବିଦ୍ୟାଳୟର ଅଧ୍ଯକ୍ଷ, ଉପାଧ୍ଯକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅଭିଭାବକ ମହଲରୁ କୃତଜ୍ଞତା ଜଣାଇଛନ୍ତି।ସେହିପରି ହଦଗଡ ପିଏମଶ୍ରୀ ନବୋଦୟ ବିଦ୍ୟାଳୟର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଅନୁଶ୍ରୀ ନାଇକ ୯୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ଏହି ନବୋଦୟ ବିଦ୍ୟାଳୟରେ ୭୮ ଜଣ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସ୍ମୃତିରେଖା ସାହୁ ୯୫.୬୦ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଅନୁରାଗ ସାହୁ ୯୫.୨୦ ପ୍ରତିଶତ ମାର୍କ ରଖ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ