ଖବର ପ୍ରକାଶ ପରେ ବଦଳିଲେ ଅନ୍ଵେଷା ହଷ୍ଟେଲ ଦାୟିତ୍ୱରେ ଥିବା ବିବାଦୀୟ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଗତ ଏପ୍ରିଲ ମାସ ୨୭ ତାରିଖ ଦିନ ଯୁଗାଦ୍ଧ ଖବରକାଗଜ ରେ କାହା ଛତ୍ରଛାୟା ରେ ବିବାଦୀୟ ଅନ୍ଵେଷା ହଷ୍ଟେଲ ସୁପାରିଟେଣ୍ଡେଣ୍ଟ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁରକ୍ଷା ଦେଉଛି କିଏ ଶୀର୍ଷକ ଖବର ପ୍ରସାରଣ ପରେ ବିବାଦୀୟ ତଥା ବେଆଇନ ଭାବେ ଆବାସିକ ଆଦିବାସୀ ସ୍କୁଲ ର ପ୍ରଧାନଶିକ୍ଷକ ଦାୟିତ୍ୱ ସହିତ ଅତିରିକ୍ତ ଭାବେ ଦୀର୍ଘ ୮ ବର୍ଷ କାଳ ଅନ୍ଵେଷା ହଷ୍ଟେଲ ର ସୁପାରିଟେଣ୍ଡେଣ୍ଟ ଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ନିର୍ଦେଶ କ୍ରମେ ଚଳିତ ମାସ ୧୫ ତାରିଖ ଦିନ ଚିଠିସଂଖ୍ୟା ୨୩୭୮ ରେ ନିର୍ଦେଶ ଦିଆଯାଇ ଦାୟିତ୍ୱ ମୁକ୍ତ କରାଯାଇ କରଞ୍ଜିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏସ. ଶୁଭଦର୍ଶିନୀ ପ୍ରୀତିରେଖା ଙ୍କୁ ହଷ୍ଟେଲ ସୁପାରିଟେଣ୍ଡେଣ୍ଟ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କନ୍ଦର୍ପ ମଲ୍ଲିକ ସୂଚନା ଦେଇଛନ୍ତି ତାଙ୍କୁ ଦାୟିତ୍ୱ ରୁ ଅପସାରଣ କରାଯାଇଥିଲେ ମଧ୍ୟ ତାଙ୍କ ସମୟରେ ହୋଇଥିବା ନିଯୁକ୍ତି ଓ ଅନିୟମିତତା ର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇନାହିଁ ଓ ତାଙ୍କୁ ସୁରକ୍ଷା ଦେଉଥିବା ଓ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଚାପି ରଖିଥିବା ଅଧିକାରୀ ଙ୍କ ବିରୋଧ ରେ ମଧ୍ୟ କୌଣସି ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତୁରନ୍ତ ତାଙ୍କ ସୁପାରିଟେଣ୍ଡେଣ୍ଟ ଥିବା ସମୟରେ ହୋଇଥିବା ନିଯୁକ୍ତି ଓ ଅନିୟମିତତା ର ଉଚ୍ଚସ୍ତରୀୟ ଯାଞ୍ଚ ଓ ତାଙ୍କୁ ସୁରକ୍ଷା ଦେଉଥିବା ଓ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଚାପି ରଖିଥିବା ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଅଭିଭାବକ ଦାବୀ କରିଛନ୍ତି.