ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର : ଶୁକ୍ରବାର ଓଡିଶାକୁ ଦିନିକିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କାୟା ନାଇଡୁ । ଏହି ଗସ୍ତକାଳରେ ସେ ବଲାଙ୍ଗୀର ଜିଲ୍ଲାର ବରକାନିଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ର ଏଲପିଜି ବଟ୍ଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ଏଥିପାଇଁ ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାବେଳେ ବରକାନିଠାରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ ବିପିସିଏଲର ଏହା ଓଡିଶାରେ ଦ୍ୱିତୀୟ ବୃହତ୍ ଏଲପିଜି ବଟଲିଂ ପ୍ଲାଣ୍ଟ । ୨୦୧୮ରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ରେକର୍ଡ ୧୯ ମାସରେ ସମ୍ପୂର୍ଣ୍ଣ ହୋଇଛି । ୨୦୨୦ ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ଲାଣ୍ଟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡିଶାର ୧୪ଟି ଜିଲ୍ଲା ଯଥା: ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନାଗିରି, ନମ୍ବରଙ୍ଗପୁର, ରାୟଗଡା ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ରନ୍ଧନ ଗ୍ୟାସ୍ ସମସ୍ୟା ଦୂର କରିପାରିବ । ବରକାନିଠାରେ ଲୋକାର୍ପଣ ଉତ୍ସବ ପାଇଁ ସାରା ବଲାଙ୍ଗୀର ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ