ମାଟ୍ରିକ ଏ -୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଟ୍ରିକ ଏ -୧- ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟାଳୟ ପରିସରରେ ଏବିଇଓ ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଇଓ ରାଜୀବ ଦଳେଇ, ପୁର୍ବତନ ବିଇଓ ଓମକାର ଅନ୍ୱେଷ, ଓଷ୍ଟା ଶିକ୍ଷକ ସଂଘ ସମ୍ପାଦକ ଶିଶିର କୁମାର ବିଶ୍ବାଳ, ଅନିରୁଦ୍ଧ ସେଠୀ ପ୍ରମୁଖ ଯୋଗଦେଇ ବ୍ଲକରେ ଗତ ମାଟ୍ରିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୧୩ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ମେଡାଲ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଛାତ୍ରଛାତ୍ରୀ ମାନେ ବିଚଳିତ ନହୋଇ ନିଜ ଲକ୍ଷ୍ୟ ପଥରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ।  ବିଶେଷ କରି ଶିକ୍ଷା ସହିତ ନୈତିକ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ପିଢ଼ିର ଏହା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି। ବରିଷ୍ଠ କିରାଣି ଶିଶିର କୁମାର ଜେନା, ପ୍ରସନ୍ନ କୁମାର ବେହେରା, ସବ୍ୟସାଚୀ ଶା, ସଞ୍ଜୟ କୁମାର ସାହୁ, ଶୁଶାନ୍ତ ସାହୁ, ଗଜେନ୍ଦ୍ର ନଥ ମହାପାତ୍ର, ସଂଗ୍ରାମ ନାୟକ, ବ୍ରଜ କିଶୋର ସେଠୀ, ଗୀତାଞ୍ଜଳୀ ଦାସ, ରଶ୍ମୀ ପ୍ରିୟା ମହାନ୍ତି, ସିଆରସିସି ଦେବାଶିଷ ବାରିକ, ବଶିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ଶ୍ରୀକାନ୍ତ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ