ଭାରତ-ୟୁକେ ବାଣିଜ୍ୟିକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବେ ଆଡଭୋକେଟ ସୁଶାନ୍ତ କୁମାର ମଳିକ

ପୋଲସରା (ଅନୀଲ କୁମାର ମହାରଣା) : ଆସନ୍ତା ୫ ଜୁନ ୨୦୨୫ ତାରିଖ ଦିନ ୟୁନାଇଟେଡ଼ କିଙ୍ଗଡ଼ମ ର ଲଣ୍ଡନ ସହରରେ “ଭାରତ -ୟୁକେ ବାଣିଜ୍ୟିକ ବିବାଦର ମଧ୍ୟସ୍ଥିତା – ତୃତୀୟ ସଂସ୍କରଣ” ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଏବଂ ୟୁକେ ର ସୁପ୍ରିମକୋର୍ଟର ବିଚାରପତି ୱେଷ୍ଟବୋର୍ଣ୍ଣେର ମାନ୍ୟବର ଲର୍ଡ ବ୍ରିଗସ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଏଥିସହ ଏହି ଉଦଘାଟନୀ ସମ୍ମିଳନୀରେ ଭାରତର ମାନ୍ୟବର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଭାଷଣ ଦେବେ। ଉଦଘାଟନୀ ଉତ୍ସବ ପରେ ଭାରତ ଓ ୟୁକେ ବାଣିଜ୍ୟିକ ବିବାଦର ତୃତୀୟ ସଂସ୍କରଣ ବିଷୟରେ ଉଚ୍ଚ ସ୍ଥାରୀୟ ଆଲୋଚନା ଅନୁଷ୍ଠିତ ହେବ। ଗର୍ବର ବିଷୟ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଆଲୋଚନାରେ ଅଂଶ ଗ୍ରହଣ କରିବା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଜେ. ଡେଙ୍ଗାପଦର ଗ୍ରାମର ତଥା ଭାରତର ସୁପ୍ରିମକୋର୍ଟର ଆଇନଜୀବୀ ସୁଶାନ୍ତ କୁମାର ମଳିକ ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ସମ୍ମିଳନୀରେ ଆଡଭୋକେଟ ଶ୍ରୀ ମଳିକ ନିଜର ବକ୍ତବ୍ୟ ପ୍ରଦାନ କରିବାକୁ ଯାଉଥିବା ବେଳେ ଏହା ପୋଲସରା ଅଞ୍ଚଳ ପାଇଁ ଗୌରବ ଆଣି ପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ