ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ
ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାକର ରାଜୁ ଶନିବାର ବୃତ୍ତିଗତ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ନୂତନ ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗ ର ବରିଷ୍ଠ ପ୍ରଫେସର ଉମାକାନ୍ତ ରଥ ଦାୟିତ୍ବ ଗ୍ରହଣ କରିଛନ୍ତି । ଏ ନେଇ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ଅବସର ଗ୍ରହଣ କରିଥିବା ଇଂରାଜୀ ବିଭାଗ ବରିଷ୍ଠ ପ୍ରଫେସର୍ ପ୍ରଭାକର ରାଜୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ପୂର୍ବତନ ଛାତ୍ରୀ ଛାତ୍ର ଯୋଗ ଦେଇ ଶ୍ରୀ ରାଜୁ ଙ୍କ ର କର୍ମମୟ ସ୍ମୁତି ଓ ଅନୁଭୂତି କୁ ମନେ ପକାଇବା ସହ ଅବସର କାଳୀନ ଜୀବନ ର ମଙ୍ଗଳ କାମନା କରିଥିଲେ । ଏଥି ସହ କଲେଜ ର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ, ଶଙ୍କର୍ଷଣ ସାହୁ, ଅବସର ପ୍ରାପ୍ତ ପ୍ରଫେସର୍ ଖଦାଳ ସାହୁଙ୍କ ସମେତ ପୂର୍ବତନ ଛାତ୍ରୀ ଛାତ୍ର ମାନେ ମଧ୍ୟ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ।