ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣୀ ଶିବିର

କଲ୍ୟାଣସିଂହପୁର -୩୧/୫(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଭାଗୃହ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଯୋଜନା ଶିବିରର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବା ସାମାଜିକ ସମୀକ୍ଷା ଅବଧି ଅନୁଷ୍ଠିତ ହୋଇଛି।ଏଥିରେ ବିଡ଼ିଓ ମନୀଷା ଦାସ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥିଲେ, କୋଲନରା ବିଡ଼ିଓ  ରୀନା ପ୍ରଧାନ ଓ ରାମଚନ୍ଦ୍ର କାଡ୍ରାକା ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ଏପିଓ ବିନୟ ପାଣି ପରିଚାଳନା କରିଥିଲେ।ଏଥିରେ  ମନରେଗା ରେ ବ୍ଲକରେ ୨୦୨୩ ଅକ୍ଟୋବର ୧ତାରିଖରୁ ୨୦୨୪ମାର୍ଚ୍ଚ ୩୧  ଓ ୨୦୨୪ଏପ୍ରେଲ ୧ ତାରିଖରୁ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟର ନାମ ଓ ଆୟ ବ୍ୟୟ କରିବା ସହ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ପକ୍ଷରୁ କରାଯାଇଥିବା କାର୍ଯ୍ୟ ୨୦୨୪ଏପ୍ରେଲ ୧ ତାରିଖରୁ ସେପ୍ଟେମ୍ବର ୩୦ ଆୟ ବ୍ୟୟ ହିସାବ କରାଯାଇଛି।ମନରେଗାରେ ବିଭିନ୍ନ ବିଭାଗର କାର୍ଯ୍ୟର ବ୍ୟାପକ ଦୁର୍ନୀତି ହୋଇଥିବା ଗତ ଦିନରେ ନାରାୟଣପୁର ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ ଯୁବ ଗୋଷ୍ଠି ପକ୍ଷରୁ ଅଭିଯୋଗ କରିଥିଲେ।ଏହି ଶୁଣାଣିରେ ଉଦ୍ୟାନ, ଜଳ ବିଭଜିକା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ ଉପସ୍ଥିତ ରହିଥିଲେ।କିନ୍ତୁ ବୁଦ୍ଧିଜୀବୀ, ସାଜିକ ସଙ୍ଘଠନ, ଲୋକ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇନଥିବାରୁ ଅନୁପସ୍ଥିତ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ବିଭନ୍ନ ବିଭାଗର ମନରେଗା କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ବିକ୍ରି କରୁଥିବା ଭେଣ୍ଡର ଓ ପରିବହନ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ।ମନରେଗା କାର୍ଯ୍ୟରେ ଶ୍ରମିକ ନିୟୋଜିତ କରିବା କଥା ତାହା ନ କରି ଶ୍ରମିକ ଜାଗାରେ  ମେସିନ କାମ କରଛନ୍ତି. ଯାହାଫଳରେ ଶ୍ରମିକମାନେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ସେଠାରେ କାର୍ଯ୍ୟ କରି ମାଲିକଙ୍କ ଠାରୁ ନିର୍ଯ୍ୟାତନା ହୋଇ କିଏ ନିଖୋଜ ତ,  କିଏ  କାମ କରି ଟଙ୍କାନ ପାଇ ଫେରିଛି, କିଏ ଶବ ହୋଇ ଫେରୁଛନ୍ତି. ପଞ୍ଚାୟତ ସ୍ତରୀୟର ମନରଗା କାର୍ଯ୍ୟ ପାଇଁ ହେଉଥିବା ଜନସୁଣାନୀ ରେ ପ୍ରଚାର ପ୍ରସାର ହେଉନଥିବା ଯୋଗୁଁ ଲୋକମାନେ ଜାଣିପାରୁ ନାହାନ୍ତି। କେବଳ ପ୍ରଶାସନ କାଗଜ କଲମରେ  ସୀମିତ ରଖୁଛନ୍ତି। ଅନ୍ୟ ପଟେ କାର୍ଯ୍ୟ ଠିକ ରୂପେ ଚାଲୁଥିବା ଶୁଣାଣିରେ ଉପସ୍ଥିତ ଥିବା ଅଧିକାରୀ ମାନେ ଦର୍ଶାଉଥିବା  ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ