ବିଶ୍ୱ ତମାଖୁ ବର୍ଜନ ଦିବସ
ବାଲେଶ୍ୱର (ସରୋଜ ପଣ୍ଡା): ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ଅବସରରେ ମିଳିତ ନିଶା ନିବାରଣ ଅଭିଯାନ, ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଶନିବାର ଦିନ ଅପରାହ୍ନରେ ପାଳିତ ହୋଇଯାଇଛି। ଆୟୋଜିତ ବୈଠକରେ ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଉପଦେଷ୍ଟା ସୁବ୍ରତ କର ଓ ସାଧାରଣ ସଂପାଦିକା ମମତା ମହାପାତ୍ର, ଉପସଭାପତି ଡ. କ୍ଷିତୀଶ୍ୱର ଦାଶ ଓ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ପ୍ରମୁଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଓ ତମାଖୁ ସେବନର ଭୟାବହତା ସଂପର୍କରେ ସୂଚନା ଦେଇଥିଲେ। ଗଳା, ନାଶା ଓ କର୍ଣ୍ଣ ବିଭାଗର ଡାକ୍ତର ଗିରିଜା ଶଙ୍କର ମହନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ତମାଖୁର ବିଭିନ୍ନ ବର୍ଗୀକରଣ ଓ ରୋଗ ନିରୂପଣର ପ୍ରକ୍ରିୟା ଏବଂ ଏହାର ନିରାକରଣ ସଂପର୍କରେ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ନିଜର ସଠିକ୍ ଜୀବନ ଶୈଳୀ ଓ ସଚେତନତା ହିଁ ବିଭିନ୍ନ ରୋଗ ଓ ମୁଖ୍ୟତଃ କ୍ୟାନସର ରୋଗକୁ ଏଡ଼ାଇପାରିବ ବୋଲି ଡା. ମହନ୍ତ ମତପ୍ରଦାନ କରିଥିଲେ। ସର୍ବଶ୍ରୀ ତ୍ରିଦିବ କୁମାର ନାୟକ, ପ୍ରଫୁଲ୍ଲ କୁମାର ଦାସ, ରମେଶ ଚନ୍ଦ୍ର ଜେନା, ପ୍ରଣିତା ମିଶ୍ର, ଗୀତାଞ୍ଜଳି ସିଂହ, ସଙ୍ଗୀତା ମହାନ୍ତି, ବେଣୁଧର ସାହୁ, ସୁକାନ୍ତି ଦାସଗୋସ୍ୱାମୀ, କ୍ରୀଷ୍ଣା ସାହା, ସଚୀନ୍ଦ୍ର ଦାସ, ପ୍ରତିମା ପରିଡ଼ା, ବସନ୍ତ ପ୍ରଧାନ, ପ୍ରଶାନ୍ତି ପଣ୍ଡା, ସ୍ନେହଲତା ପତି ପ୍ରମୁଖଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତି ସରଳ ଭାବରେ ଡାକ୍ତର ଶ୍ରୀ ମହନ୍ତ ବୁଝାଇଥିଲେ।