ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ

ଛତ୍ରପୁର,(ଓ୍ବାଇଏନଏସ): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶନିବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ  ଗ୍ରସ୍ତ ରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ।   ବିଧାୟକ  ସନାତନ ବିଜୁଳି ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ  ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅଧୀରଜ ମୋହନ ପାଣିଗ୍ରାହୀ, ଯୋଗେଶ କୁମାର ସିଂ   ଅରବିନ୍ଦ ମହାପାତ୍ର ଓ ଅମର କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ପ୍ରତାପ ଚନ୍ଦ୍ର ନାୟକ ଙ୍କ ସମେତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ  ପ୍ରଥମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ପୋଟଲାମପୁର ସ୍ଥିତ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଚାଲିଥିବା କାର୍ଯ୍ୟ କୁ ବୁଲି ଦେଖିଥିଲେ, କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ରୁ ସଦସ୍ୟ ମାନେ ବିରକ୍ତ ପ୍ରକାଶ କରିଥିଲେ,ପରେ ମେଗା ପ୍ରକଳ୍ପ ର ଅନ୍ୟାନ୍ୟ ଅଧିକାରୀ ଏବଂ ଇଂଜିନିୟର ମାନଙ୍କ ସହ କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା  କରିଥିଲେ। ପ୍ରଥମେ କମିଟିର ସଦସ୍ୟମାନଙ୍କୁ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପ୍ରଶାସନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ଷ୍ଟାଣ୍ଡିଂ କମିଟି    ଚମାଖଣ୍ଡି ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଦର୍ଶନ କରିଥିଲେ, ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ରେ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଚିପ୍ସ, ଚିଲି, ଟମାଟ ସସ ଠାରୁ ଆରମ୍ଭ କରି  ବିଭିନ୍ନ ସାମଗ୍ରୀ ର ପ୍ରସ୍ତୁତ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ, ସେମାନଙ୍କ କାର୍ଯ୍ୟ ଦେଖି କମିଟି ଖୁସି ଜାହିର କରିଥିଲେ, ଏହି ପରିଦର୍ଶନ ବେଳେ ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଓଡିଶା ଜୀବିକା ମିଶନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ