ଆଙ୍କୁଶପୁର ଆୟୁର୍ବେଦର କଲେଜ କତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଛକା ପଞ୍ଜା ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ର ଛାତ୍ରୀ
କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଅଙ୍କୁଶପୁରେ ଅବସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ, ମହାବିଦ୍ୟାଳୟ କତୃପକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଜା ପରୀକ୍ଷାରେ ମୂଲ୍ୟାୟନ ଓ ଉପସ୍ଥାନରେ ଆକ୍ରୋଶ ରଖିବା, ପ୍ରୋଜେକ୍ଟ କାମ ପାଇଁ ଛାତ୍ର ଛାତ୍ରୀଙ୍କ ଠାରୁ ଅର୍ଥ ଶୋଷଣ ଏହିପରି ମାନସିକ ନିର୍ଯାତନା ଦିଆଯିବା ଭଳି ଗୁରୁତର ଅଭିଯୋଗକୁ ନେଇ ଛାତ୍ର ଛାତ୍ରୀ ମଧ୍ୟରେ ଗତ କିଛି ଦିନ ହେଲା ଅସନ୍ତୋଷ କୁହୁଳିବାର ଲାଗିଛି, ଏସବୁ ଅଭିଯୋଗକୁ ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ସମେତ ନିର୍ଦେଶାଳୟକୁ ଚିଠି ଲେଖିଥିଲେ, ଯାହା ଫଳରେ ଗତ 20 ତାରିଖ ରେ ନିର୍ଦେଶାଳୟରୁ ଦୁଇ ଜାଣିଆ ଟିମ କଲେଜକୁ ଆସି ଅଭିଯୋଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହିତ ତଦନ୍ତ କରି 28 ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ନେଇ ପ୍ରତିଶୃତି ଦିଆଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ରିପୋର୍ଟ ପ୍ରକାଶ ପାଇ ନ ଥିବା ଜଣାପଡିଛି, ଇତି ମଧ୍ୟ ରେ କଲେଜରେ ଗତ 29ତାରିଖରୁ ପାଠ ପଢା ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଥିବା କହିଛନ୍ତି ଖୋଦ କଲେଜ ଅଧକ୍ଷ ପ୍ରଫେସର ବିପିନି ବିହାରୀ ଖୁଣ୍ଟିଆ, ଏ ଭଳି ପରିସ୍ଥିତି ରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ, ଜୁନ 2ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ 3 ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଥିଲେ, ବର୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ନ ହେବାରୁ ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ସହ 3ତାରିଖ ଦିନ କଲେଜର ମୁଖ୍ୟ ଫାଟକ ଆଗରେ ସକାଳ ଠାରୁ ଖବର ଲେଖିବା ପର୍ଯ୍ୟନ୍ତ ଧାରଣରେ ବସିଥିବା ଦେଖା ଦେଇଥିଲା, ପରିସ୍ଥିତି କୁ ଆଖି ଆଗରେ ରଖି ସଦର ଥାନା ପକ୍ଷରୁ ପୋଲିସ ରହିଥିବା ଦେଖାଦେଇଥିଲା.