ବୃକ୍ଷରୋପଣରେ ମହାଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ)ଜଳବାୟୁ ପରିବର୍ତନକୁ ରକ୍ଷା କରିବା ପାଇଁ ପରିବେଶ ସନ୍ତୁଳନ ଯୋଗୁ ବୃକ୍ଷ ରୋପଣ ମାନ କରାଯାଉଛି। କିନ୍ତୁ ବାସ୍ତବରେ ବୃକ୍ଷ ରୋପଣ କେତେ ଫଳ ପ୍ରଦ ହୋଇଛି ତାହା କିର୍କଲ ପାଡ଼ୁ ଓ ଭେଜା ମୁଖ୍ୟ ରାସ୍ତା ମଧ୍ୟରେ ଲଗା ଯାଇଥିବା ଗଛ ଭାତ ହାଣ୍ଡିରୁ ମାତ୍ର ଗୋଟିଏ। ରାୟଗଡା ବନ ଖଣ୍ଡ ଅନ୍ତର୍ଗତ କଲ୍ୟାଣସିଂହପୁର ବିନାଞ୍ଚଳର ଶିକର ପାଇ ସେକ୍ସନରେ ମନରେଗା ବୃକ୍ଷ ରୋପଣ ନାମରେ ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଜଳ ଜଳ ହୋଇ ଦିଶୁଥିବା କାହାରିକି ଅଛପା ନାହିଁ କହିଲେ ଭୁଲ ହେବନାହିଁ। ଶିକର ପାଇ ସେକ୍ସନ ଅଧୀନ ବନ ବିଭାଗ ପକ୍ଷରୁ ଜଳବାୟୁ ପରିର୍ବତ୍ତନ ପାଇଁ ଏଭେନ୍ୟୁ ପ୍ଲାଣ୍ଟେସନ ମନରେଗା ମାଧ୍ୟମରେ ୨୩-୨୪ ମସିହାରେ ବାର ଲକ୍ଷ ଟଙ୍କା ବୟ ଅଟକଳ ରଖଯାଇ ଥିଲା। ଉକ୍ତ ଟଙ୍କାକୁ ଧମଲୋମା ଓ କିର୍କଲ ପାଡ଼ୁ ନାଳ ନିକଟରୁ ଭେଜା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭କିମି ମୁଖ୍ୟରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ପ୍ରକାର ବୃକ୍ଷ ୨୩ ମସିହାରେ ଲଗା ଯାଇଥିଲା। ସେହି ମନରେଗା କାର୍ଯ୍ୟରେ ଶ୍ରମିକ ନିଯୁକ୍ତି ମଧ୍ୟ ହୋଇଥିଲେ। କିନ୍ତୁ ପ୍ରକୃତ ଶ୍ରମିକଙ୍କୁ ନଗଦ ଟଙ୍କା ପ୍ରଦାନ କରିଯାଇଥିବା ବେଳେ ନକଲି ଶ୍ରମିକଙ୍କ ନାମରେ ଆର୍ଟିଯିଏସ ମାଧ୍ୟମରର ୭. ୬୨,୩୬୯ (ସତଲକ୍ଷ ବାଷଷ୍ଟି ହଜାର ତିନିଶହ ଅଣସ୍ତରୀ ଟଙ୍କା )ମାଷ୍ଟର ରୋଲରୁ ଜଣା ପଡିଛି। ଉକ୍ତ କାର୍ଯ୍ୟରେ କାମ ନକରି ଥିବା ଶ୍ରମିକଙ୍କ ନାମରେ ବ୍ୟଙ୍କ ଜମା ଖାତାକୁ ଜମା କରା ଯାଇଥିଲା। ପରେ ଉକ୍ତ ଟଙ୍କାକୁ ଦଲାଲ ମାଧ୍ୟମରେ ଉକ୍ତ ଟଙ୍କା ଉଠାଇ ଆଣି ବିଭାଗୀୟ ଅଧିକାରୀମାନେ ଆତ୍ମସାତ କରିଦରିଥିବା ଅଭିଯୋଗ ହୋଇଛି। ଏହି ରାସ୍ତାରେ ଲାଗିଥିବା ହଜାର ହଜାର ଗଛ ମଧ୍ୟରୁ ଗୋଟିଏ ଗଛ ମଧ୍ୟ ରାସ୍ତାରେ ଦେଖା ଯାଉନି।ବନପାଳଙ୍କ ରକ୍ଷାଣା ବ୍ୟକ୍ଷଣ ପାଇଁ ମଧ୍ୟ ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲାଗିଥିବା ଗଛର ଚିହ୍ନ ବର୍ଣ ନଥିବାରୁ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରର ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ପ୍ରତି ବର୍ଷ ରକ୍ଷାଣା ବ୍ୟକ୍ଷଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ବିଭାଗ ସ୍ୱାହା କରୁଥିବା ଏହି ବୃକ୍ଷ ରୋପଣ ରୁ ଜଣା ପଡୁଛି।ସେହିପରି ସାମଗ୍ରୀ କିଣାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବୃକ୍ଷ ରୋପଣ ସମୟରେ ୱାଚର ନରଖି ନକଲି ୱାଚାର ନାମରେ ମାସମାସ ଟଙ୍କା ଉଠାଇ ନରିଥିବା ତଦନ୍ତ କଲେ ତଥ୍ୟ ପଦାକୁ ଆଦିବ ବୋଲି ଅଭିଯୋଗ ହୋଇଛି।ଏଏସମ୍ପର୍କରେ ଫରେଷ୍ଟର ପ୍ରଦୀପ୍ତ କୁମାର ଜେନା ଙ୍କୁ ପଚାରିବାରୁ ସେମିତି କିଛି ହୋଇନି ଏଯାଏ ଟଙ୍କା ମିଳିନି ବୋଲି ଆମ ପ୍ରତିନିଧି ଙ୍କୁ କହିଛନ୍ତି। ଏଣୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ଭିଜିଲାନ୍ସ ବିଭାଗ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।


