ଧାମନଗର-ଦୋବଲ ମୁଖ୍ୟରାସ୍ତାରେ ଜମୁଛି ପାଇଖାନା ଦୁର୍ଗନ୍ଧ ପାଣି

ଧାମନଗର (ଓ୍ବାଇଏନଏସ): ଧାମନଗର ସହରାଞ୍ଚଳରେ ଜଳ ନିଷ୍କାସନ ପାଇଁ ମାଷ୍ଟର ପ୍ଲାନ ନଥିବାରୁ ବିଭିନ୍ନ ୱାର୍ଡର କେତେକ ସ୍ଥାନରେ ବର୍ଷା ଯୋଗୁଁ ପାଣି ନିଷ୍କାସନ ନହୋଇ ଜମି ରହିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ସହରର ସୁନ୍ଦର୍ଯ୍ୟକରଣ ଓ ପରିମଳ ବ୍ୟବସ୍ଥାକୁ ସଫାସୁତୁରା ଓ ସୁଧାର ଆଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରି ଖର୍ଚ୍ଚ ହେଉଥିବା ବେଳେ ଧାମନଗର ଏନ୍ ଏ ସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।  ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସହର ଅଧୀନସ୍ଥ ମେଡିକାଲ ବଜାର ଧାମନଗର-ଦୋବଲ ମୁଖ୍ୟରାସ୍ତା ଉପରେ ତଥା କାନାଡା ବ୍ୟାଙ୍କ ସମ୍ମୁଖରେ ପାଇଖାନା ଟାଙ୍କି ଫାଟି ମଳ ମୂତ୍ର ଦୁର୍ଗନ୍ଧ ସହିତ ଅପରିଷ୍କାର ପାଣି ଅହରହ ଚାଲୁଥିବା ଅଭିଯୋଗ ହୋଇଛି। ଯାହାଫଳରେ ରାସ୍ତାରେ ବିଭିନ୍ନ ଯାନ ଚଳପ୍ରଚଳ ବେଳେ ସେହି ଦୁର୍ଗନ୍ଧ ଅପରିଷ୍କାର ପାଣି ଛିଟିକି ଲୋକଙ୍କ ଉପରେ ପଡ଼ି କେତେବେଳେ ଯେ ଅପ୍ରୀତିକର ସମସ୍ୟା ସୃଷ୍ଟି ହୋଇପାରେ ଏହାକୁ ଏଡାଇ ଦିଆଯାଇ ନପାରେ। ଦୁଖଃ ଓ ପରିତାବର ବିଷୟ ଉକ୍ତ ରାସ୍ତାରେ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଏନ୍ ଏ ସି ଅଧ୍ୟକ୍ଷା ନିବେଦିତା ଜେନା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଯାତାୟାତ କରୁଛନ୍ତି।ହେଲେ କେଉଁ କାରଣରୁ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ଜନସାଧାରଣ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣ ଜନତାଙ୍କ ସହ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ