ବେଳାଭୂମି ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ବିଶ୍ୱ ପରିବେଶ ଦିବସ ଅବସରରେ କାମତ ଗ୍ରୁପର ସି.ଏମ.ଡି ଡକ୍ଟର ଭିଠଲ ଭେଙ୍କଟେଶ କାମତ ଓ ଡ଼ାଇରେକଟର ମିଷ୍ଟର ଵିଶାଲ କାମତଙ୍କ ନିର୍ଦ୍ଧେଶକ୍ରମେ କାମତ ହୋଟେଲସ୍ ଲୋଟସ ରିସୋର୍ଟର ଗ୍ରୀନ ଟିମର ପ୍ରାୟ ୫୦ ଜଣ କର୍ମଚାରୀ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଫଳକ ବାର୍ତ୍ତା ଧରି ଏକ ଶୋଭାଯାତ୍ରାରେ ଆଇ.ଓ.ସି.ଏଲ୍.କ୍ୟାମ୍ପସ ଠାରୁ ବାହାରି କୋଣାର୍କ ମନ୍ଦିର ପରିସର ଦେଇ କୋଣାର୍କ ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ କୋଣାର୍କ ମନ୍ଦିର ପାର୍ଶ୍ଵ ଗୀର୍ନ ପାର୍କ ଓ କୋଣାର୍କ ସରକାରୀ ଡାକ୍ତରଖାନା ପରିସରରେ ସଫେଇ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମମାନ ସମ୍ପାଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବନ ବିଭାଗ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ସମେତ ସମସ୍ତ ବନ୍ୟାଞ୍ଚଳ କର୍ମଚାରୀ ଏବଂ ଗୋପ ସି.ଏଚ.ସି. ଓ କୋଣାର୍କ ସରକାରୀ ଡାକ୍ତରଖାନାର କର୍ମଚାରୀ , ସମାଜସେବୀ ରାମକୃଷ୍ଣ ମହାନ୍ତି , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସାମିଲି ହୋଇଥିଲେ l କାମତ ହୋଟେଲସର ଆଞ୍ଚଳିକ ପରିଚାଳକ ଭାରତ ଭୂଷଣ ବିଶ୍ୱାଳଙ୍କ ମତରେ ଏହି କାର୍ଯ୍ୟକ୍ରମ ଜନ ସାଧାରଣଙ୍କୁ ପରିବେଶର ସ୍ୱଚ୍ଛତାର ବାର୍ତା ଦେବା ସହିତ ଜାତୀୟ ବୃକ୍ଷ ରୋପଣ ଅଭିଯାନକୁ ଅଧିକ ତ୍ଵରାନିତ୍ଵ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲୋଟସ ରିସୋର୍ଟର ପରିଚାଳକ ସୁନୀଲ କୁମାର ପାଣିଗ୍ରାହୀ, ପ୍ରଭୁଦତ୍ତ ଦାଶ, ଧିରେନ କୁମାର ଆଚାର୍ଯ୍ୟ, ରାଜୀବ କୁମାର ନାୟକ, ଜିତେନ୍ଦ୍ର ଜେନା, ପ୍ରଦୀପ ମଣ୍ଡଳ, ଅଭିମନ୍ୟୁ ମାନ୍ୟଲୁ ପ୍ରମୁଖ ପରିଚାଳନା କରିଥିଲେ l