ଭିଜିଲାନ୍ସ ଜାଲରେ ଫରେଷ୍ଟର
କନ୍ଧମାଳ – ବ୍ରାହ୍ମଣୀ ଗାଁ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କର ବାଲିଗୁଡ଼ାସ୍ଥିତ ବାସଭବନରେ ଶୁକ୍ରବାର କନ୍ଧମାଳ ଭିଜିଲାନ୍ସର ଏକ ଟିମ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୈଳାସ ଚନ୍ଦ୍ର ସାହୁଙ୍କର ବାଲିଗୁଡ଼ାସ୍ଥିତ ଘରେ ଏହି ଚଢାଉ କରାଯାଇଛି । କେବଳ ବାଲିଗୁଡ଼ାରେ ନୁହେଁ, ପୁରୀ, ଭୁବନେଶ୍ବର ,ଭବାନୀପାଟଣା ଓ ବ୍ରହ୍ମପୁରଠାରେ ବି ଏକ ସମୟରେ କନ୍ଧମାଳ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡିଛି । ଏହା ସହିତ ଏକ କଳୀନ ଭାବେ ୫ଟି ସ୍ଥାନରେ ଏହି ଚଢାଉ ଚାଲିଛି ।


