ଅପହୃତା ଛାତ୍ରୀ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ଦିଗପହଣ୍ଡି(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ରେ ପଢୁଥିବା ଅପହୃତା ନାବାଳିକା ଛାତ୍ରୀ ଙ୍କୁ ପୁଲିସ ଉଦ୍ଧାର କରିଛି। ଅପହରଣ ଘଟଣାରେ ମଙ୍ଗଳବାର ଅଭିଯୁକ୍ତ ଦୀପକ  ନାୟକ କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି ବ୍ରହ୍ମପୁର  ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।  ଥାନା ମାମଲା ନଂ.୨୦୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାର ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ସାଙ୍ଗ ର ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ଘରୁ ଯାଇଥିଲେ। ରାତି ୮ ସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।  ଛାତ୍ରୀ ଙ୍କ ମା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ  ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର  ମକଦ୍ଦମା ରୁଜୁ କରିଥିଲେ।  ଅଭିଯୁକ୍ତ ର ମୋବାଇଲ ଟ୍ରାକିଂ କରି ତଦନ୍ତକାରୀ ଅଧିକାରୀ ସଦଳବଳେ ଲୋକେସନ୍ ରେ ପହଞ୍ଚି  ଅପହୃତା ଛାତ୍ରୀ ଙ୍କୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ  ଥାନାକୁ ଉଠାଇ ଆଣିଥିଲେ। ମଙ୍ଗଳବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିଲା।ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ