ବାଡି ପଟୁ ଚାରି ଫୁଟିଆ ବିରଳ ସାପ ଉଦ୍ଧାର
ପାତ୍ରପୁର,(ୱେଇଏନଏସ): ସମସିଙ୍ଗି ଶାସନ ଗ୍ରାମର ଜଣେ ବାସିନ୍ଦାଙ୍କ ବାଡି ପଟ ପାଇଖାନା ଟାଙ୍କି ନିକଟରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଭ୍ରମରପୁର ପଞ୍ଚାୟତ ସମାସିଙ୍ଗିଶାସନ ଗ୍ରାମର ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ରଙ୍କ ବାଡି ପଛପାଖ ଥିବା ପାଇଖାନା ଟାଙ୍କି ନିକଟରେ ଏକ ସାପକୁ ଘର ଲୋକମାନେ ଦେଖି ଥିଲେ।ଏହା ଶୁଣି ସାମ୍ବାଦିକ ରବୀନ୍ଦ୍ରକୁମାରମିଶ୍ର ଏବଂ ତାଙ୍କ ସାନ ଭାଇ ଅବସର ପ୍ରାପ୍ତ ଯବାନ ମହେନ୍ଦ୍ର କୁମାର ମିଶ୍ର ତୁରନ୍ତ ସାପ ପାଖରେ ପହଞ୍ଚିଥିଲେ।ତେବେ ସାପଟି ପାଇଖାନା ଟାଙ୍କି ମଧ୍ୟକୁ ପଶି ରହିଥିବା ଦେଖି ଦୁଇ ଭାଇ ଯତ୍ନ ସହକାରେ ସାପଟିକୁ ଧରି ବାହାର କରି ଥିଲେ।ସାପଟିର ଲମ୍ବ ପ୍ରାୟ ପାଞ୍ଚ ଫୁଟ ଥିବା ବେଳେ ତାର ଦେହରେ ନେପୁର ଭଳି ତିନୋଟି ରେଖା ରହିଛି।ସାପଟିକୁ ଆଖରେ ଭର୍ତ୍ତି କରି ଗ୍ରାମ ବାହୁଦା ନଦୀ ଅପର ପାର୍ଶ୍ୱରେ ଥିବା ନନ୍ଦିଆ ପାହାଡ଼ ରେ ଛାଡିଥିଲେ। ଏହି ଗ୍ରାମରେ ବିଭିନ୍ନସମୟରେ ବାହାରୁ ଥିବା ବିଷଧର ସାପ ଠାରୁ ବିଭିନ୍ନ ପ୍ରକାରର ସାପକୁ ଦୀର୍ଘ ବର୍ଷ ହେଲା ଧରି ଗ୍ରାମର ଯୁବକ ମାନେ ଛାଡୁଥିବା ପରମ୍ପରା ରହିଛି।ବର୍ଷା ଦିନ ପୂର୍ବରୁ ଗ୍ରାମରେ ଏହିଭଳି ସାପ ବାହାରୁ ଥିବା ବେଳେ ଗତ ତିତଲି ବନ୍ୟା ପରଠାରୁ ଗ୍ରାମରେ ଏହି ପ୍ରଜାତିର ସାପ ଦେଖିବାକୁ ମିଳୁଛି।