ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଶନିବାର ଏକ ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହି ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସୁସ୍ଥ ଜୀବନର ମୂଳ ମନ୍ତ୍ର ଯୋଗ ହୋଇଥିଲା ବେଳେ ମାନସିକ, ଶାରୀରିକ ସୁସ୍ଥତା ସାଙ୍ଗକୁ ଶରୀରକୁ ସଦାସର୍ବଦା ନିରୋଗ ରଖିବା ପାଇଁ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶ ଓ ଭୂବନେଶ୍ୱର ସ୍ଥିତ ଶିକ୍ଷାଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଅର୍ଚ୍ଚନା ପଣ୍ଡା ଯୋଗଦେଇ ମନୁଷ୍ୟ ନିଜ ଶରୀରର ଶାରୀରିକ ଓ ମାନସିକ ଦକ୍ଷତାରେ ବିକାଶରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ସାଧାରଣ ଜନତାଙ୍କ ପାଇଁ ଆଧ୍ୟାତ୍ମିକ ସ୍ତରରେ ସଶକ୍ତ କରିବା ଲକ୍ଷ୍ୟରେ ରାଜଯୋଗ ଶିକ୍ଷା ଦ୍ୱାରା ବହୁମୁଖୀ ସେବା ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିବା ସାଙ୍ଗକୁ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ସପ୍ତାହବ୍ୟାପୀ ନିଃଶୁଳ୍କ ସହଜ ରାଜଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସାଙ୍ଗକୁ ସହରର ଜନସାଧାରଣ ଏହି ଯୋଗାଭ୍ୟାସ ଶିବିରରେ ସାମିଲ୍ ହେବାକୁ ଆହ୍ୱାନ କରିଥିଲେ । ବ୍ରହ୍ମୁକୁମାର ସତ୍ୟପ୍ରିୟ, ବୁଲୁ, ଲଡୁକିଶୋର, ରମେଶ, ସରୋଜ, ଚରଣ, ସୁଦର୍ଶନ, ନିରଞ୍ଜନ, ଘନଶ୍ୟାମ, ରାଧାଶ୍ୟାମ, କୃଷ୍ଣ, ସୁନିଲ୍, ନିତ୍ୟାନନ୍ଦ, ବିଶ୍ୱନାଥ, ବ୍ରହ୍ମୁକୁମାରୀ ନିିଳୀମା, ଝରଣା, ଆସିନା, ସୁବାସିନୀ, ସ୍ୱରାଜ୍ୟ, ବେଦମତୀ, ପ୍ରତିମା, ରେଣୁ, ସାବିତ୍ରୀ, ଦୀପା, କୁମାରୀ, ରାଣୀ ପ୍ରମୁଖ ଏହି ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲା ବେଳେ ସହରର ବହୁ ସଚେତନ ନାଗରିକ, ଯୋଗପ୍ରେମୀ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।