ବାଇକ୍ ଧକ୍କାରେ ଜଣେ ମୃତ
ହାଟଡିହି (ବିକାଶ ବିଶ୍ବାଳ) ହାଟଡିହି ବ୍ଲକ ମରେଇ ଗାଁ ଢେଙ୍କା ରାସ୍ତାର ଜମ୍ଭୀରା ନିକଟରେ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ଜଣାଯାଇଛି କି ଜମ୍ଭୀରା ଗ୍ରାମର ବିନୋଦ ବିହାରୀ ଖୁଣ୍ଟିଆ (୪୯) ଜଣେ ବ୍ୟକ୍ତିଙ୍କ ବାଇକ ପଛରେ ବସି ସ ଢା ଛକ ଆଡ଼କୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବିନୋଦଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଆନନ୍ଦପୁର ଡ଼ାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି। ଆଜି ରଜ ପର୍ବ ଭଳି ଦିନରେ ବିନୋଦଙ୍କ ମୃତ୍ୟୁରେ ଜମ୍ଭିରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।