ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ନାଉଗାଁ,((ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବେଣାପଡା ଗ୍ରାମର ଦାମୋଦର ମହାନ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ସଂଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଦାମୋଦରଙ୍କ ମାଆ ମଂଜୁଲତା ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର କିଛି ଅସମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ଉପରେ ଖଟି କରୁଥିଲେ। ସେହି ସମୟରେ ତାଙ୍କ ପୁଅ ଦାମୋଦର ସେହି ବାଟ ଦେଇ ଘରକୁ ଫେରୁଥିଲେ। ଉକ୍ତ ଯୁବକମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ସେ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଦାମୋଦରଙ୍କ ମାଆ ମଂଜୁଲତା ଥାନାରେ ଅଭିଯୋଗ କରିଛନ୍ତି। ମୁମୂର୍ଷୁ ଅବସ୍ଥାରେ ଦାମୋଦରକୁ ୧୦୮ ଆମ୍ବଲାନ୍ସ ସାହାର୍ଯ୍ୟରେ ପ୍ରଥେମ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ତାନାନ୍ତର କରାଯାଇଥିଲା। ଅଭିଯୋଗକୁ ଭିତିକରି ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି। ଅନ୍ୟପଟରେ ଏହି ମୁଣ୍ଡାଳୋ ଓ ଆଖପାଖ ଅଂଚଳରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ପୋଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି। ପୋଲିସ ପାଟ୍ରୋଲିଂ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।