ନାବାଳିକା ଅପହରଣ ଅଭିଯୋଗ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅନ୍ତର୍ଗତ ଅନସରା ଗ୍ରାମର ଜଣେ ନାବାଳିକା ଅପହରଣ ହୋଇଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଗତ ଅପ୍ରେଲ ୩୦ ତାରିଖରୁ ଘରୁ ପଳାଇ ଆସିଥିଲା। ଆଉ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ଏହି ଥାନା ଅନ୍ତର୍ଗତ ଧନତ୍ରୀ ଗ୍ରାମର ସୋନୁ ବିଶ୍ବାଳ ଅପହରଣ କରିନେଇଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ଏନେଇ ନାବାଳିକା ବାପା କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତିି। ଅଭିଯୋଗ ହେବାର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ନାବାଳିକାକୁ ଉଧାର କରୁନଥିବା ତାଙ୍କ ବାପା କହିଛନ୍ତି। କୋଣାର୍କ ପୋଲିସ କେବଳ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିରହିଛି। ତୁରନ୍ତ କୋଣାର୍କ ପୁଲିସ ଅପହରଣକାରୀକୁ ଗିରଫ ନକଲେ ପୁରୀ ଏସପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ନାବାଳିକା ବାପା ଗଣମାଧ୍ୟମକୁ କହିଛନ୍ତି।