ଘାଟିରେ ପିକଅପ ଭ୍ୟାନ ଓଲଟି ୧୫ ଆହତ, ୭ ଗୁରୁତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ନିକଟ ଘାଟିରେ ପିକଅପ ଭ୍ୟାନ ଓଲଟି ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି l ଗୁରୁତର ଆହତ ମାନେ ହେଲେ ହଟାଗଣ୍ଡା ଗାଁର ମାମି ପାଟମଳିକ (୧୭), ଅନିତା ମାଝୀ (୧୬),ଅର୍ଚିତା ପାଟମଳିକ (୧୩), ମିନି ମଳିକ ( ୩୦), ଝୁଲେନ ପାଟମଳିକ (୧୯), ଶିଖା ଲିମ୍ମା (୧୭), ଗୁଲୁବାର ସlମସଙ୍ଗ ମାଝୀ (୨୦), l ଆହତ ମାନଙ୍କୁ ସ୍ଥାନୀୟ ସରପଞ୍ଚ ରେଜିନା ପ୍ରଧାନ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବିରିକୋଟ ମେଡିକାଲ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଅଡବା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଗୁରୁବାର ହଟାଗଣ୍ଡାରୁ ଏକ ପିକଅପ ଭ୍ୟାନରେ ଏକ ଭୋଜି କାର୍ଯ୍ୟରେ ଯୋଗଦେବା ପାଇଁ ବିରିକୋଟ ଗାଁକୁ ଯାଇଥିଲେ l ଭୋଜି କାର୍ଯ୍ୟ ସାରି ଫେରୁଥିବା ବେଳେ ଘାଟିରେ ଏହି ଦୁର୍ଘଟଣା ଘଟିଥିଲା।