ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର ଦୁଇ ଚମ୍ପଟ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ): ୨୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ।ଲାଗ ଲାଗ ୨ ଦିନ ହେଲା ବାଇକ /ବାଇକ୍ ମୁହାଁମୁହିଁ , ଜଣେ ମୃତ ,ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ପାଖ ଜାତୀୟ ରାଜପଥ ୨୨୦ ନମ୍ବର ମା ବାଟବଙ୍ଗଳା ଢ଼ାବା ନିକଟରେ ଶନିବାର ରାତିରେ ଦୁଇଟି ବାଇକ୍ ଆମନା ସାମନା ହେବା ଫଳରେ ଉଭୟ ଗାଡ଼ିରେ ଥିବା ଆରୋହୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସେମାନଙ୍କୁ ରାଇରଙ୍ଗପୁର ହସପିଟାଲକୁ ଅଣାଯାଇଥିଲା ।ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଗୁରୁତର ହୋଇଥିଲେ । ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାମୁଡିହା ଧାତକୀ ସାହି ଗ୍ରାମର ବିଷ୍ଣୁ ପାତ୍ର(୨୨) ଏବଂ ଗୁରୁତର ହେଲେ ଭୋଳାବେଡା ଗ୍ରାମର ଗଣେଶ ସିଂ (୧୯) ।ରାଇରଙ୍ଗପୁର ଟାଉନ
ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।ଅନ୍ୟ ବାଇକର ଚାଳକ ଏବଂ ଆରୋହୀ ଦୁର୍ଘଟଣା ଘଟାଇ ଅନ୍ଧାରୀ ମୁଲାକାର ସୁଯୋଗ ନେଇ ଦୃତ ଗତିରେ ଖସି ପଳାଇଛନ୍ତି ।ରାଇରଙ୍ଗପୁର କଲେଜ ଛକ କିଛି ଦୂରରେ ନୋ ଏଣ୍ଟ୍ରି ପଏଣ୍ଟ ଥିବା ସହ ଲୌହ ବୋଝେଇ ଭାରିଯାନ ଟ୍ରକ ଛିଡ଼ା ହୋଇଥିବା ଏବଂ ଅନ୍ଧାର ଇଲାକା ଥିବାରୁ ବାଇକ ଚାକରମାନେ ଦୃତ ଗତିରେ ଆସି ଭାରସାମ୍ୟ ହରାଇ ହେଉ ଅବା ଗାଡ଼ି ଓଭରଟେକ ଘଟଣା ନେଇ
ବର୍ଷକରେ ୩/୪ ଟି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ।ଶୁକ୍ରବାର ଦିନ ମଧ୍ୟ ଏହି ରାସ୍ତାରେ ବାଇକ / ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।ତେଣୁ ନୋ ଏଣ୍ଟ୍ରି ପଏଣ୍ଟକୁ ଭାଲୁଵସା ରାଣୀ ବନ୍ଧ ସେ ପାଖକୁ ସ୍ଥାନାନ୍ତର କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ