ଦାରୁ ମାହାତ୍ମ୍ୟ

ଖଣ୍ଡେ ଚାଲୁଅଛ
ଦଣ୍ଡେ ରହୁଅଛ
ଦେଖିଲେ ଥରୁଛି ଛାତି,
କେତେବେଳେ ପ୍ରଭୁ
ରଥକୁ ଉଠିବ
ସରିବ କି ନୀତିକାନ୍ତି ।

ସତେ କି ଶ୍ରୀଅଙ୍ଗ
ଗରୁ ହୋଇଗଲା
ସେନାପଟା ଲାଗି ଏତେ,
ଏ ବିଶ୍ଵବ୍ରହ୍ମାଣ୍ଡ
ଶରୀର ଯାହାର
ସେନାପଟା ଭାର କେତେ ।

ଚାହିଁଛି ଏ ଜାତି
ଉଜାଗର ରାତି
ରଥରେ ଦେବ ଦର୍ଶନ,
କୋଟି ଜନ୍ମ ପୂଣ୍ଯ
ଆଶୀଷ ଢାଳିବ
ହରିନେବ ପୁନର୍ଜନ୍ମ ।

ଶଙ୍ଖ ହୁଳହୁଳି
ଭକତ ଗହଳି
ମହୋଦଧି ସମ ଦିଶେ,
ଭକତ ଭାବରେ
ଅସ୍ଥିର ହୋଇଲ
ଲକ୍ଷ୍ମୀଙ୍କ ଦୁଃଖ ନ ଦିଶେ ।

ଛାଡି ଶ୍ରୀମନ୍ଦିର
ରତ୍ନସିଂହାସନ
କାଠର ରଥରେ ବସି,
ଦାରୁଦିଅଁ ବୋଲି
ପ୍ରମାଣ କରିବ
ଦାରୁ ମୂଲ୍ଯ ସଦା ବେଶି ।

ରତ୍ନ ନ ରହିଲେ
ଜଗତ ଚଳିବ
ଦାରୁ ବିନା ଜୀବ ଶବ,
ନ କରି ଛେଦନ
କରିବ ରୋପଣ
ଜଗତ ସୁରକ୍ଷା ହେବ ।

ଗଦାଧରସାହୁ, ବ୍ରହ୍ମଗିରି, ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ