ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ମୋହନା(ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକ ପ୍ରତାପୁର ବିଦ୍ୟାଳୟ ଠାରେ ମୋହନା ଚା ଖଟି ଗୃପ ପକ୍ଷରୁ ନାରୀଙ୍ଗୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦଳାଇ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଅlଯାଇଛି ।ଉପଢୌଢଙ୍କନ, ପୁଷ୍ପଗଛ ଦେଇ ସମ୍ମାନିତ କରିବା ସହ ବିଦାୟ ସମ୍ବର୍ଦ୍ଧନା ଦିଆଯlଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ବରିଷ୍ଠ କିରାଣି ସୁରେନ୍ଦ୍ର ମାହାଙ୍କୁଡ, ଆଇନ ପରାମର୍ଶଦାତା ପ୍ରଭାତ ପାତ୍ର ଚା ଖଟି ଗୃପ ର ସଭାପତି ଇ. ଦିଲ୍ଲୀପ କୁମାର, ପ୍ରବର୍ତନ ସିଆରସିସି ଜୟମ୍ବର ନାୟକ, ମୋହନା ସିଆରସିସି ଟି.ସିଦାର୍ଥ ପାତ୍ର , ଲବାରସିଂ ସିଆରସିସି ତୁଷାର କାନ୍ତ ବେହେରା, ପୂର୍ବତନ ସିଆରସିସି ସୁଧୀର ମହାପାତ୍ର, ମୋହନା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳ, ରଙ୍ଗମାଟିଆ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେବଲ ଗମାଙ୍ଗ, ଚା ଖଟି ଗୃପ ର ସମ୍ପାଦକ ମଳୟ ରାଉତ, ଶିକ୍ଷକ ଟଙ୍କଧର ମଲ୍ଲିକ, ଶିକ୍ଷକ ଶିବ ପ୍ରସାଦ ବେହେରା, ଆର.ଦୁର୍ଗା ପ୍ରସାଦ, ପ୍ରତାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦଳାଇଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସାମ୍ବାଦିକ ଅଂଶୁମାନ ପଣ୍ଡା ପରିଚାଳନା କରିଥିଲେ ।