ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପୋଲସରା ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର କନକଦୂର୍ଗା ବିଦ୍ୟାପୀଠର ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ପୋଲସରା ବିଇଓ ଶ୍ରୀହର୍ଷ ବାବୁ ଖାଡ଼ଙ୍ଗା, କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ପ୍ରଧାନ, ପ୍ରଣପୁର ହାଇସ୍କୁଲ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଗୋଲାମୁଣ୍ଡଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁ, ଏବିଇଓ ସ୍ୱରୂପ କୁମାର ପାତ୍ର, ଗୁଡ଼ିଆଳି ହାଇସ୍କୁଲ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ଡାକ୍ତର ପ୍ରାଚୀପ୍ରଭା ସାହୁ, ଇଂ ମାନସ ରଂଜନ ସାହୁ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦ୍ବାରିକାନାଥ ମିଶ୍ର, ପ୍ରଧାନ ଶିକ୍ଷକ ଲମ୍ବୋଦର ସାହୁ, ସମାଜସେବୀ ରାଜେନ୍ଦ୍ର କୁମାର ପ୍ରଧାନ, ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅପ୍ରେଲ, ମଇ ଓ ଜୁନ ମାସରେ ଅବସର ଗ୍ରହଣ କରିଥିବା ହିନ୍ଦି ଶିକ୍ଷକ ତଥା ସ୍କାଉଟ୍ ଶିକ୍ଷକ ବିକ୍ରମ ମହାରଣା, ପ୍ରଧାନ ଶିକ୍ଷକ ଭାବଗ୍ରାହି ପଲାଇ ଓ ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ତିନିଜଣଙ୍କୁ ଅନୁଷ୍ଠାନ ଓ ଅଞ୍ଚଳବାସିବୃନ୍ଦଙ୍କ ତରଫରୁ ପ୍ରଦତ୍ତ ମାନପତ୍ର ସହ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହିତ ପରବର୍ତ୍ତୀ ଜୀବନ ଆନନ୍ଦ, ସୁଖ ଓ ନିରାମୟ ଭାବେ ଅତିବାହିତ ହେବାକୁ ପ୍ରଭୁଙ୍କ ନିକଟରେ କାମନା କରାଯାଇଥିଲା। ଶିକ୍ଷାନୁଷ୍ଠାନର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ପ୍ରିୟ ଶିକ୍ଷକଙ୍କୁ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁ, ଅଜିତ ବିଷୋୟୀ, ସୁବୋଧ କାନ୍ତ ସେଠୀ ଓ କିରାଣୀ ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ଏସ୍ଏମଡିସି ସଦସ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ।


