ବର୍ଦ୍ଧିତ ଭତାରୁ ବଞ୍ଚିତ ଭିନ୍ନକ୍ଷମ ଶିଶୁ: ଜିଲାପ୍ରଶାସନ ନିକଟରେ ଦ୍ୱାରସ୍ଥ ପରିବାର

ଛତ୍ରପୁର,(ଓ୍ବାଇଏନଏସ): ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି କିମ୍ବା ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଏଣିକି ମାସିକ ୩୫ଶହ ଟଙ୍କା ଭତା ପାଇବେ । ପୂର୍ବର୍ରୁ ୧୨ଶହ ଟଙ୍କା ପାଉଥିଲେ ଏହା୨୩ ଶହ ଟଙ୍କା ବୃଦ୍ଧି ହୋଇ ୩୫ଶହ ଟଙ୍କା ହୋଇଛି । କିନ୍ତୁ ଗଞ୍ଜାମ ଜିଲାରେ ଏବେବି ବହୁ ଭିନ୍ନକ୍ଷମ ହିତାଧିକାରୀ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ବି ସେମାନଙ୍କୁ ବର୍ଦ୍ଧତ ଭତା ଟଙ୍କା ମିଳୁନଥିବାରୁ ଜିଲାପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । କବିସୂର୍ଯ୍ୟନଗର ବ୍ଲକ ଖୋଜାପଲ୍ଲୀ ଗ୍ରାମର ଦିଲ୍ଲିପ ସ୍ୱାଇଁଙ୍କ ପୁଅ ଆଦିତ୍ୟ ସ୍ୱାଇଁ(୪) । ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୧ ଜାନୁଆରୀ ୨୦୨୫ରେ ୧୦୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ପ୍ରମାଣପତ୍ର ପ୍ରଦାନ କରିଥିଲେ ବି ଏଯାବତ ଆଦିତ୍ୟକୁ ବର୍ଦ୍ଧିତ ଭତା ପାଇବାରୁ ବଚିଂତ ହେଉଛି । ଏନେଇ ପରିବାର ପକ୍ଷରୁ ବହୁବାର ବ୍ଲକ କାର୍ଯ୍ୟାଳୟ ଦୈାଡୁଥିଲେ ଫଳଶୂଣ । ତାଙ୍କୁ କେବଳ ୧୨ଶହ ଟଙ୍କା ମିଳୁଛି । ଶେଷରେ ପରିବାର ପକ୍ଷରୁ ଗଞ୍ଜାମ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହେବା ସହ କିପରି ଆଦିତ୍ୟକୁ ମିଳିବ ୩୫ଶହ ତାହାର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା । ଏପରିକି ପରିବାରଙ୍କ ରାସନ କାର୍ଡ ଥିଲେ ବି ପୁଅର ନାମ ସଂଯୋଗ ହୋଇପାରୁନଥିବା ମଧ୍ୟ କହିଥିଲେ ।  ଜିଲା ସାମାଜିକ ବିଭାଗ ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଜିଲାରେ ଏହିପରି ବହୁଲୋକ ଅଛନ୍ତି,ଯେଉଁମାନଙ୍କ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ବି ମେଡିକାଲ ପ୍ରମାଣପତ୍ରରେ ୮୦ ପ୍ରତିଶତରୁ କମ ରହିଛି,ଯାହାଫଳରେ ସେମାନେ ବର୍ଦ୍ଧିତ ଭତାରୁ ବଚିଂତ ହେଉଛନ୍ତି । ତୁରନ୍ତ ଜିଲାପ୍ରଶାସନ ପକ୍ଷରୁ ପ୍ରତି ବ୍ଲକରେ ସେମାନଙ୍କ ପାଇଁ ଏକ କ୍ୟାମ୍ପ କରି କିପରି ସେମାନେ ଉପଯୁକ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇପଡିଛି । ନଚେତ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତାରୁ ବଂଚିତ ହୋଇଯିବେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ