ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଅଭିଯୋଗକୁ ଖଣ୍ଡନ କଲେ ସରପଞ୍ଚ

ହାଟଡିହି, (ଓ୍ବାଇଏନଏସ)  :  ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ବିରୋଧରେ ୧୪ ଜଣ ୱାର୍ଡ ସଭ୍ୟସଭ୍ୟା ଓ ନାଏବ ସରପଞ୍ଚ ପ୍ରମୁଖ ଆନନ୍ଦପୁର ଉପଜିଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଲିଖୂତ ଭାବେ ଅନୁମତି ଲୋଡ଼ିଛନ୍ତି। ନାଏବ ସରପଞ୍ଚ ବିଶ୍ଵନାଥ ଜେନା, ୱାର୍ଡ ସଭ୍ୟ ହରିହର ମିଶ୍ର, ପ୍ରହଲ୍ଲାଦ ଜେନା, ଦେବେନ୍ଦ୍ର ଜେନା, ଚଞ୍ଚଳା ଯେନା, ପ୍ରତିମା ଜେନା, ଚନ୍ଦ୍ରାବତୀ ରାଉତ, ଚଞ୍ଚଳା ଜେନା, କମଳିନୀ ସେଠୀ, ରତନି ବାସ୍କେ, ସଂଯୁକ୍ତା ଶଙ୍ଖୁଆ, ସରସ୍ଵତୀ ସେଠୀ, ସ୍ନେହଲତା ମଲ୍ଲିକ ପ୍ରମୁଖଙ୍କ  ଅଭିଯୋଗ ଅନୁଯାୟୀ ପଞ୍ଚାୟତକୁ ୩ବର୍ଷ ହେଲା ଆସିଥ୍‌ବା ଏସଏଫସି, ଟିଏଫସି କେତେ ଅନୁଦାନ ଆସିଛି ବୈଠକରେ ସରପଞ୍ଚ କିଛି ସୂଚନା ଦେଉନ‌ଥିବାବେଳେ ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ୱାର୍ଡମେମ୍ବର ମାନେ ପଲ୍ଲୀ ସଭା ଓ ଗ୍ରାମସଭା ମାଧ୍ୟମରେ ଦେଉଥୂବା ପ୍ରକଳ୍ପ ଗୁଡିକୁ କାଟି ଦିଆଯାଉ ଥୂବାରୁ ସେମାନେ ଗାଁ ଲୋକଙ୍କ ନିକଟରେ ଆପମାନିତ ଓ ଆକ୍ରୋଶର ଶିକାର ହେଉଥ‌ିବା ଅଭିଯୋଗ ହୋଇଛି। ସେହିପରି ପିଡିଏସ ବଣ୍ଟନରେ ଅନମିୟତତା ହେଉଛି। ହରିଶ୍ଚନ୍ଦ୍ର ଯୋଜନାର ଅନମିୟତତା ହେଉଥ‌ିବାବେଳେ ବହୁ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ଦିଆ ନଯାଇ ଅପମାନିତ କରାଯାଇ ଫେରାଇ ଦିଆଯାଉଛି। ମଧୁବାବୁ ପେନସନ ଯୋଜନା ଓ ଭିନ୍ନକ୍ଷମ ହିତାଧୂକାରୀଙ୍କ ଠାରୁ ଅର୍ଥ ଆଦାଯ କରାଯାଉଛି। ସରପଞ୍ଚଙ୍କ ସ୍ବାମୀ ବିଭିନ୍ନ କାର୍ଯ୍ୟରେ ଠିକାଦାର ସାଜିଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଗତ ୯/୭/୨୦୨୫ ତାରିଖରେ ୱାର୍ଡ ସଭ୍ୟସଭ୍ୟାଙ୍କୁ ନ ପଚାରି ପୋଖରୀ ନିଲାମ କରୁଥିବାବେଳେ ଏହାକୁ ନେଇ ୱାର୍ଡ ସଭ୍ୟସଭ୍ୟା ମାନେ ପଚାରିବାରୁ ସରପଞ୍ଚଙ୍କ ସ୍ବାମୀ ବୈଠକରୁ ବାହାରି ଯିବା ପାଇଁ ଧମକ ଦେବା ଅଭିଯୋଗ କରିଛନ୍ତି।  ଏହିପରି ୯ ଟି ଅଭିଯୋଗ କରି ତାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବା ପାଇଁ ଉପଜିଲାପାଳଙ୍କ ନିକଟରେ ପଞ୍ଚାୟତର ୧୮ ଜଣ ୱାର୍ଡ ସଭ୍ୟସଭ୍ଯାଙ୍କ ମଧ୍ଯରୁ ନାଏବ ସରପଞ୍ଚଙ୍କ ସମେତ ୧୪ ଜଣ ସଭ୍ୟସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏନେଇ ସରପଞ୍ଚ ସତ୍ୟଭାମା ଜେନାଙ୍କୁ ପଚାରିବାରେ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୁଦ୍ଧରେ କିଛି ବ୍ୟକ୍ତି ମିଥ୍ୟା ଅଭିଯୋଗ ମାନ କରୁଛନ୍ତି ବୋଲି କହିଛନ୍ତି। ଏବେ ବି ୧୦ରୁ ଊର୍ଦ୍ଧ୍ବ ୱାର୍ଡ ସଭ୍ୟ ସଭ୍ୟା ତାଙ୍କ ସହିତ ଅଛନ୍ତି ବୋଲି ଦୃଢତାର ସହ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ