କେଏମଆରଏସରେ ବନ ମହୋତ୍ସବ ପାଳିତ

ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲ ରେ ମଙ୍ଗଳବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପ୍ରିନ୍ସିପାଲ ଜଗଦିଶ ମହାକୁଡ଼ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ରେଞ୍ଜର ଯୁଧିଷ୍ଠିର ବେହେରା, ଡବ୍ଲୁଇଓ ଉର୍ମିଳା ପ୍ରଧାନ, ଫରେଷ୍ଟର ଉସତ୍ କହଁର ଏବଂ  ବନ ବିଭାଗ କର୍ମଚାରୀ ମାନେ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା, ପରିବେଶ ସୁରକ୍ଷା ସମ୍ପର୍କ ରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।  ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଏବଂ ଚାରା ର ଯତ୍ନ କିପରି ନେଇ ହେବ ସେ ନେଇ କହିଥିଲେ । କାର୍ଯ୍ୟକ୍ରମ ରେ  ଇକୋ କ୍ଳବ୍ ଇନ୍ ଚାର୍ଜ ଜିତେନ୍ଦ୍ର ବେହେରାଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ