ବିଧାୟକଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବିତରଣ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପରିସରରେ ମଙ୍ଗଳବାର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବିତରଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ନିରଞ୍ଜନ ପରିଡା, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ,ଏବିଡିଓ ଦିନେଶ ରାୟ, ତିରୁଣା ସରପଂଚ ଲକ୍ଷ୍ମଣ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଗଳଧାରୀ ପ୍ରଭାତ ସ୍ୱାଇଁ, କୋରୁଅ ସମିତି ସଭ୍ୟ ପପୁରଂଜନ ମଲ୍ଲିକ ଆଦି ଉପସ୍ଥିତ ଥିଲେ। ବ୍ଳକର ୧୬ଟି ପଂଚାୟତର ଅସହାୟ, ବିଧବା, କ୍ୟାନସର ପୀଡିତା, ଭିନ୍ନକ୍ଷମ ବ୍ୟକ୍ତି ଆଦି ଯେଉଁମାନଙ୍କର ପକ୍କା ଗୃହ ନାହିଁ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମୀଣ ଆବାସ ବ୍ଲକ ସଂଯୋଜକ ମାନସ କୁମାର ଜେନା, ଗ୍ରାମୀଣ ଆବାସ ସହାୟକ ଅଜିତ କୁମାର ସାହୁ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ