ଏନ୍ବିସି ମହାବିଦ୍ୟାଳୟରେ ବିଦ୍ୟାର୍ଥୀ ସଚେତନତା ଶିବିର
ଆସିକା(ୱାଇଏନ୍ଏସ୍) :କର୍ମକ୍ଷେତ୍ରରେ ମହିଳା ଓ ମହାବିଦ୍ୟାଳୟସ୍ତରରେ ପାଠ ପଢୁଥିବା ଛାତ୍ରୀମାନଙ୍କ ମଧ୍ୟରୁ କେତେକଙ୍କୁ ବିଭିନ୍ନ ସମୟରେ ହେଉଥିବା ଯୌନ ଉତ୍ପିଡନକୁ ପ୍ରତିହତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ନୀତିନିୟମ ସଂପର୍କରେ ସଚେତନ କରିବା ପାଇଁ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନାଲ୍ କମ୍ପ୍ଳିଆନ୍ସ କମିଟି (ଆସିସି) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ କାର୍ଯ୍ୟକ୍ରମର ପ୍ରିଜାଇଡିଂ ଅଫିସର ଅଧ୍ୟାପକ ଅଭିଷେକ ବେହେରା, ସଦସ୍ୟ ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଶ୍ରୀ ସୁଜାତା ସିଂ, ପଦ୍ମିନୀ ମହାରଣା, ପୁର୍ଣ୍ଣିମା ବିଶ୍ୱାଳ, ଅଙ୍କିତା ବିଷୋୟୀ, ସୁଶ୍ରୀ ଭବାନୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଏହି ସଚେତନତା ଶିିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରୀମାନଙ୍କୁ ମାନସିକ ଓ ଆବେଗିକ ଚାପ ନିୟନ୍ତ୍ରଣ, ନିବାରଣ ଓ ନିରାକରଣ ପାଇଁ କାର୍ଯ୍ୟକାରୀ କରାଯାଇଥିବା ନୀତିନିୟମ ଉପରେ ଆଲୋକପାତ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ସୃଷ୍ଟି ସହ ଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ଗଠିତ୍ ଆଭ୍ୟନ୍ତିରଣ ଅଭିଯୋଗ କମିଟିର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ଏହି ଆସିସି କମିଟି ଏକ ଶୃଙ୍ଖଳିତ କମିଟି ହୋଇଥିବାରୁ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଶିକ୍ଷ।।ନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଅଣଶୈକ୍ଷିକ କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ନିବାରଣ ଓ ପ୍ରତିକାର ସାଙ୍ଗକୁ ଅନ୍ୟକୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ନଦେଇ ସମ୍ମାନ ଦେବାକୁ ସାମୂହିକ ଶପଥପାଠ କରାଯାଇଥିବା ଦେଖିବାକୁ ମିଳିଥିଲା । ଏନ୍ବିସି କଲେଜ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିଷେକ ବେହେରା, ରୁଦ୍ରମାଧବ ମହାନ୍ତି, ଡଃ କୁନା ସୁନା, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ବିକାଶ ଦିଗଲ୍, ଉଦିତ୍ ନାରାୟଣ ଦାଶ, ସ୍ୱପ୍ନାରାଣୀ ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ଯସ୍ମିନୀ କୁମାରୀ ନାୟକ, କିରଣ ଡାକୁଆ, ସୁଜାତା ଟେଟେ, ରାଜେଶ୍ୱରୀ ରଥ, କେ.ସ୍ମିତା ପାତ୍ର, ସୁଚିସ୍ମିତା ପଟ୍ଟନାୟକ, ଶୁଭଶ୍ରୀ ସାହୁ, ଯାଜ୍ଞସେନୀ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏବଂ ଅଣଶୈକ୍ଷିକ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।