ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କମିଟି ସଭାପତି ବରିଷ୍ଠ ଆଇନିଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରାମର୍ଶ କ୍ରମେ କମିଟି ସାଧାରଣ ସମ୍ପାଦକ ଆଇନିଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଂଯୋଜକ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ଗବେଷକ ନିରଞ୍ଜନ ମେକାପ, ଉପଦେଷ୍ଟା କରୁଣାକର ଦାସ, ସ୍ମୃତିରଞ୍ଜନ ନାୟକ, ମୃତ୍ୟୁଞ୍ଜନ ସାହୁ, ଆଲୋକ ସାହୁ, ଶେଷଦେବ ପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ଆୟାରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ପୁଷ୍ପଗୁଛ ଓ ଉତ୍ତରୀୟ ସମେତ ସ୍ୱର୍ଗତ ଜେନାଙ୍କ ଜୀବନୀ ପୁସ୍ତକ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ପ୍ରଭୃତି ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିସହିତ ଗାନ୍ଧିଜୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର ସ୍ୱର୍ଗତ ଜେନାଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ