ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ବ୍ଳକ୍ ଅନ୍ତର୍ଗତ  ରୁକୁଣିଗାଁ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ବୃକ୍ଷ ରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ  ଟ୍ରଷ୍ଟି ସାଗରିକା ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବୁରୁଧର    ବେହେରା, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡ଼ା,ବଉଳ ଗାଁ ସମିତି ସଭ୍ୟ ରାମ ପରିଡ଼ା , ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଶିକ୍ଷାବିତ୍ ସୋମନାଥ ସାହୁ, ସନ୍ତୋଷ ଶତପଥୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା,ଶିକ୍ଷୟତ୍ରୀ ସୁଦେଷ୍ଣା ବେହେରା, ସ୍ନିଗ୍ଧା ରାଣୀ ବେହେରା, ଗୀତାଞ୍ଜଳି ମହାନ୍ତି, ନିଦ୍ରାବତୀ ମୁଦି, ଲିପିକା ପ୍ରିୟଦର୍ଶିନୀ ରେଡି  ପ୍ରମୁଖ ଉପସ୍ଥିତ ରହି  ବୃକ୍ଷ ରୋପଣ କରିଥିଲେ, ଏହାସହିତ ବିଦ୍ୟାର୍ଥୀ ମାନଂକୁ ଅଁଳା, କରମଙ୍ଗ, ପଣସ,  ପିଜୁଳି,  ନରକୋଳି,  ଡାଳିମ୍ବ,  ଓଉ,  ବଉଳ,  ଜାମକୋଳି,  କଦମ୍ବ,  କଇଠ ଙ୍କ ସମେତ ବିଭିନ୍ନ ରକମର  ଚାରା  ବଣ୍ଟନ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ଯଶୋଦା ଫାଉଣ୍ଡେସନ ର  ଟ୍ରଷ୍ଟି ସାଗରୀକା ପଣ୍ଡା,  ପୁଷ୍ପା ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ