ଶିକ୍ଷା ବିଭାଗର ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍): ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା, ହରିଡାପଦର କ୍ଳଷ୍ଟରର ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଂଜୟ କୁମାର ଖଟେଇ, ଆସିକା ସଦର କ୍ଳଷ୍ଟରର ହାଟପଦା ସ୍ଥିତ ପୂର୍ବତନ ବୋର୍ଡ ବାଳିକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କସ୍ତୁରୀ ରାଉଳ ଓ ଖାରିଆ କ୍ଳଷ୍ଟରର ହୁମୁକି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକ ସହକାରୀ ଶିକ୍ଷକ କାଳୀଚରଣ ନାୟକ ନିଜ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି। ଏହି ଅବସରରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏକ ଅବସରକଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ଆସିକା ବିଇଓ ମୁନ୍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଶିବରାମ ବେହେରା ଏବଂ ଭଂଜ ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ କସ୍ତୁରୀ ରାଉଳ, ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ଓ ସଂଜୟ କୁମାର ଖଟେଇ ଏବଂ କାଳୀଚରଣ ନାୟକ ଯେଉଁଭଳି ଭାବେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଲାଗି ନିରବିଚ୍ଛିନ୍ନ ତ୍ୟାଗ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା, ସେବା, ପରୋପକାର ଗୁଣ ଏକ ମାଇଲଖୁଣ୍ଟ ସଦୃଶ ହୋଇଥିବା ବେଳେ ସେମାନେ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରକାଶ କରିବା ସାଙ୍ଗକୁ ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରି ସେମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସହକାରୀ ଶିକ୍ଷୟିତ୍ରୀ କସ୍ତୁରୀ ରାଉଳ, ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ଓ ସଂଜୟ କୁମାର ଖଟେଇ ଏବଂ କାଳୀଚରଣ ନାୟକଙ୍କୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ୩ ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ସଂକ୍ରାନ୍ତୀୟ କାଗଜପତ୍ର ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର କର୍ମଚାରୀ କେ.ଶ୍ରୀନିବାସ ପାତ୍ର, ଅନିଲ୍ କୁମାର ଜେନା, ଚିନ୍ମୟ ପ୍ରଧାନ, ଆଶୁତୋଷ ମହାନ୍ତି, ମନୋଜ କୁମାର ବେହେରା, ମନୋଜ କୁମାର ବିଶ୍ୱାଳ, ସୋମନାଥ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ଭାଗ୍ୟଲତା ଲେଙ୍କା, ହେମନ୍ତ ନନ୍ଦ, ମନ୍ଦାକିନୀ ରଥ, ଅମୂଲ୍ୟ କୁମାର ଦାଶ, ହେମନ୍ତ ରଥ, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।