ଦିଗପହଣ୍ଡିରେ ସାମୂହିକ ସଫେଇ କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସି ପ୍ରଶାସନ ପକ୍ଷରୁ ରବିବାର ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛ ସର୍ବେକ୍ଷଣ ୨୦୨୫ ସ୍ବଚ୍ଛତା ହିଁ ସେବା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ନଗରପାଳ ପ୍ରଫୁଲ ପଣ୍ଡା , ଉପାଧ୍ୟକ୍ଷା ପ୍ରତିନିଧି କେ . କୁନା , କାଉନସିଲର ସୁଶାନ୍ତ କୁମାର ପାତ୍ର , ପ୍ରତିନିଧି ରଞ୍ଜିତ ବେହେରା , ରମେଶ ଜେନାଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ସଫେଇ କର୍ମଚାରୀ ମାନେ ଉପସ୍ଥିତ ରହି ବ୍ରହ୍ମପୁର ମୁଖ୍ୟରାସ୍ତା ର ଦିଗପହଣ୍ଡି ସହର ଉପକଣ୍ଠ ସ୍ବାଗତ ତୋରଣ ଠାରୁ ପଥପାର୍ଶ୍ଵ ସେବାକେନ୍ଦ୍ର, ଶ୍ରୀ ହନୁମାନ ଛକ, ବସଷ୍ଟାଣ୍ଡ, ପୁଞ୍ଜିକୟା ଛକ ଏବଂ ବିଭିନ୍ନ ଗଳିକନ୍ଦିରେ ସଫେଇ କରିଥିଲେ ।